ଓଡିଶା

odisha

By

Published : Oct 16, 2019, 10:46 PM IST

ETV Bharat / state

ଦାରା ସିଂଙ୍କୁ ଭେଟିଲେ ଓମ୍ ବାବା, ମୁକ୍ତି ପାଇଁ ଦାବି କଲା ଦାରା ସେନା

ଦାରା ସିଂଙ୍କୁ ଜେଲ ଯାଇ ଭେଟିଲେ ଚର୍ଚ୍ଚିତ ଓମ୍ ବାବା । ଦାରା ସିଂ ଜଣେ ଦେଶଭକ୍ତ । ତେଣୁ ତାଙ୍କୁ ଖୁବଶୀଘ୍ର ଜେଲରୁ ଖଲାସ କରିବାକୁ ଚେତାବନୀ ଦେଇଛି ଦାରା ସେନା ।

ଫାଇଲ ଫଟୋ

କେନ୍ଦୁଝର: ବହୁଚର୍ଚ୍ଚିତ ଖ୍ରୀଷ୍ଟିଆନ ପାଦ୍ରୀ ଗ୍ରାହମ ଷ୍ଟେନ୍ସ ହତ୍ୟା ଅଭିଯୋଗରେ ସଜା କାଟୁଥିବା ଦାରା ସିଂଙ୍କୁ ଭେଟିଛନ୍ତି ଓମ ବାବା । ଏହି ମାମଲାରେ ଦାରା ସିଂ କେନ୍ଦୁଝର ଜିଲ୍ଲା କାରାଗାରରେ ଚଉଦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ହେବ ସଜା କାଟୁଛନ୍ତି । ତାଙ୍କୁ ଆଜୀବନ କାରାଦଣ୍ଡ ଭୋଗିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ନ୍ୟାୟାଳୟ ।

ଦାରା ସିଂଙ୍କୁ ଭେଟିଲେ ଓମ୍ ବାବା

ବିଭିନ୍ନ ଦେଶଦ୍ରୋହୀ କାର୍ଯ୍ୟରେ ଆଜୀବନ ସଜ୍ଜା କାଟୁଥିବା କଏଦୀଙ୍କୁ ଚଉଦ ବର୍ଷ ପୂର୍ବରୁ ଛାଡି ଦିଆ ହେଉଛି । କିନ୍ତୁ ଜଣେ ଦେଶଦ୍ରୋହୀକୁ ହତ୍ୟାକରି ଚଉଦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଜେଲ ଭୋଗୁଥିବା କଏଦୀଙ୍କୁ ସରକାର ବିନା କାରଣରେ ରଖିଥିବା ଅଭିଯୋଗ କରିଛି ଦାରା ସେନା ।

ବୁଧବାର ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମ ବାବାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲା କାରାଗାରକୁ ଆସି ଦାରା ସିଂଙ୍କୁ ଭେଟିଛନ୍ତି । ଦାରା ସିଂକୁ ଭେଟି ଏହି ପ୍ରତିନିଧି ଦଳ ତାଙ୍କୁ ମୁକୁଳାଇବା ପାଇଁ ପ୍ରୟାସ ଜାରିଥିବା କହିଥିଲେ । ସରକାର ଯଥାଶୀଘ୍ର ଦାରା ସିଂଙ୍କୁ ନଛାଡି ଜେଲରେ ଯଦି ରଖିବେ, ତେବେ ଦାରା ସେନା ପ୍ରତିଶୋଧ ନେବ ବୋଲି ଚେତାବନୀ ଦେଇଛନ୍ତି ବାବା । ଏନେଇ ଦାରା ସେନା ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ମୁଖ୍ୟ ନ୍ୟାୟାଳୟର ବିଚାରପତିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା କହିଛନ୍ତି ଓମ ବାବା ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details