ଓଡିଶା

odisha

ETV Bharat / state

ଓମ୍ବାଡସି ଓଭରସାଇଟ ଅଥରିଟିଙ୍କ କେନ୍ଦୁଝର ଗସ୍ତ - ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମର କଲେ ସମୀକ୍ଷା

କେନ୍ଦୁଝର ଗସ୍ତରେ ଓମ୍ବାଡସି ଓଭରସାଇଟ ଅଥରିଟି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମର କଲେ ସମୀକ୍ଷା । ଅଧିକ ପଢ଼ନ୍ତୁ

Ombadc authority in Keonjhar
କେନ୍ଦୁଝରରେ ଓମ୍ବାଡସି ଓଭରସାଇଟ ଅଥରିଟି

By

Published : Dec 30, 2022, 1:55 PM IST

କେନ୍ଦୁଝରରେ ଓମ୍ବାଡସି ଓଭରସାଇଟ ଅଥରିଟି

କେନ୍ଦୁଝର: ଓଡିଶା ମିନେରାଲ ବିଅରିଂ ଏରିଆଜ୍ ଡେଭେଲପମେଣ୍ଟ କର୍ପୋରେସନର ଓଭରସାଇଟ ଅଥରିଟି (ଓମ୍ବାଡସି ) ତଥା ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି (Ombadc authority Ananga kumar Patnaik ) । ଏହି ପରିପ୍ରେକ୍ଷୀରେ ଓମ୍ବାଡସି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମର ତଦାରଖ କରିବା ସହିତ ସମୀକ୍ଷା କରିଛନ୍ତି । ଗସ୍ତର ଏହି ତୃତୀୟ ଦିନରେ ଜଷ୍ଟିସ କ୍ଷେତ୍ର ପରିଦର୍ଶନ କରିଥିଲେ । ପରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଦରବାର ହଲଠାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମର କାର୍ଯ୍ୟାନ୍ଵୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି କାର୍ଯ୍ୟାନ୍ଵୟନ ଓ ଅଗ୍ରଗତି ସନ୍ତୋଷଜନକ ବୋଲି ମତବ୍ୟକ୍ତ କରିଛନ୍ତି ।

ଆଗାମୀ ଦିନରେ ଓମ୍ବାଡସି ଅନୁଦାନରେ କାର୍ଯ୍ୟକ୍ରମ ବ୍ୟାପକ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଓମ୍ବାଡସିର ଓଭରସାଇଟ ଅଥରିଟି ତଥା ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଥିଲେ ୨୦୧୮ ମସିହାରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିଲେ ।

ଜିଲ୍ଲାର ଭିତ୍ତି ଭୂମିର ସ୍ଥିତି ପରଖିବା ସହ କେଉଁ କ୍ଷେତ୍ରରେ ଓମ୍ବାଡସି ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି ତାହା ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ଓମ୍ବାଡସି ଅର୍ଥ ବିନିଯୋଗରେ ଜିଲ୍ଲାର ଖଣି ଅଞ୍ଚଳ ତଥା ଅନ୍ୟାନ୍ୟ ଅଞ୍ଚଳର ବିକାଶ ପାଇଁ ଯଥାଯଥ ଯୋଜନା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା ।

ଜିଲ୍ଲାବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ, ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ତଥା ଅନ୍ୟାନ୍ୟ ଚିକିତ୍ସାଳୟମାନଙ୍କର ଭିତ୍ତିଭୂମିର ବିକାଶ ସହିତ ଆଧୁନିକ ଚିକିତ୍ସା ପଦ୍ଧତି ପାଇଁ ଆବଶ୍ୟକୀୟ ଉପକରଣ ବ୍ୟବସ୍ଥା, ଶିକ୍ଷା କ୍ଷେତ୍ରର ଭିତିଭୂମିର ବ୍ୟବସ୍ଥା, ଜନସାଧାରଣଙ୍କର ଜୀବନଜୀବିକାର ଉନ୍ନତି, ଦକ୍ଷତା ବିକାଶ, ବର୍ଷା ଜଳ ସଂରକ୍ଷଣ ଇତ୍ୟାଦି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇ ଅର୍ଥ ମଞ୍ଜୁର କରାଯାଇଥିଲା ।

୪ ବର୍ଷ ପରେ ଗସ୍ତ ସମୟରେ କେନ୍ଦୁଝର ଜିଲ୍ଲାରେ ପ୍ରଗତି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି । ଓମ୍ବାଡସି ଅର୍ଥ ବିନିଯୋଗର ବହୁତ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିଛି । ଓମ୍ବାଡସି ଅର୍ଥ ବିନିଯୋଗରେ ଜିଲ୍ଲାରେ କିଭଳି କାର୍ଯ୍ୟ ହୋଇଛି । କେଉଁ ପ୍ରକାରର ପ୍ରକଳ୍ପ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାହା ଅନୁଧ୍ୟାନ ତଦାରଖ କରିବା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି ଜଷ୍ଟିସ ପଟ୍ଟନାୟକ କହିଥିଲେ ।

ଏତଦ୍‌ବ୍ୟତୀତ ସୁନ୍ଦରଗଡ ଓ ମୟୁରଭଞ୍ଜ ଜିଲ୍ଲା ଓମ୍ବାଡସି କାର୍ଯ୍ୟକ୍ରମର ରୂପରେଖ ଓ ଅଭିଜ୍ଞତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ଖଣି କ୍ଷେତ୍ରରୁ ଜୋରିମାନା ବାବଦରୁ ଆଦାୟ ଅର୍ଥରେ କିପରି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାମାନଙ୍କର ଉନ୍ନତି କରାଯିବ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବୋଲି କହିଥିଲେ । ଏହାପରେ ବିଭିନ୍ନ ବିଭାଗ ଓ କ୍ଷେତ୍ର ପାଇଁ ମଞ୍ଜୁର କରାଯାଇଥିବା ଅର୍ଥ ବିନିଯୋଗ ଓ ହାତକୁ ନିଆଯାଇଥିବା ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details