କେନ୍ଦୁଝର: ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ ଟୁଙ୍ଗୁରୁବାହାଳ ଗ୍ରାମର ମୁଣ୍ଡାସାହି ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ତେବେ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ତେଲକୋଇ ଥାନା ଅନ୍ତର୍ଗତ ଟୁଙ୍ଗୁରୁବାହାଳ ଠାରେ ରହୁଥିବା ବୃଦ୍ଧା ଦିନ 12ଟା ସମୟରୁ ନିଖୋଜ ହୋଇଯାଇଥିଲେ । ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ବୃଦ୍ଧାଙ୍କୁ ପାଇନଥିଲେ । ତେବେ ପୋଖରୀରେ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଜଣେ ସ୍ଥାନୀୟ ଲୋକ ଦେଖି ସଂପର୍କୀୟଙ୍କୁ ଖବର ଦେଇଥିଲେ । ମୃତକ ଜଣକ ହେଉଛନ୍ତି ବେଲ ମୁଣ୍ଡା ।