କେନ୍ଦୁଝର:ଅନ୍ଧବିଶ୍ବାସ ପାଇଁ ପୁଣି ଗଡିଲା ମୁଣ୍ଡ । ନାରକୀୟ କାଣ୍ଡ ଘଟାଇଲା ନାବାଳକ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ପଦାକସଡା ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି । ଗୁଣି ଗାରେଡି ସନ୍ଦେହରେ ଗାଁର ଜଣେ ନାବାଳକ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ମୃତ ବୃଦ୍ଧାଙ୍କ ନାମ ଜାନକୀ ମୁଣ୍ଡା ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ପଦାକସଡା ଗ୍ରାମରେ ରହୁଥିବା ସମ୍ପୃକ୍ତ ନାବାଳକର ପରିବାର ଲୋକଙ୍କ ଦେହ କିଛି ଦିନ ଧରି ଅସୁସ୍ଥ ରହିଥିଲା । ବୃଦ୍ଧା ଜାନକୀ ଗୁଣିଗାରେଡି କରି ସେମାନଙ୍କ ଦେହ ଖରାପ କରୁଥିବା ସେ ସନ୍ଦେହ କରିଥିଲା । ଯାହାକୁ କେନ୍ଦ୍ରକରି ପ୍ରତିଶୋଧ ପରାୟଣ ହୋଇପଡିଥିଲା ନାବାଳକ । ସମ୍ପୃକ୍ତ ବୃଦ୍ଧା ଜଣକ ଘରେ ଏକୁଟିଆ ଥିବାବେଳେ ଏହାର ସୁଯୋଗ ନେଇ ନାବାଳକ ଲୁହା ଛଡରେ ତାଙ୍କୁ ନିର୍ମମ ଭାବେ ପିଟି ଥିଲା ।