ଓଡିଶା

odisha

By

Published : Apr 14, 2020, 12:28 PM IST

ETV Bharat / state

ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ । ଏହି ଅଭାବନୀୟ ଘଟିଛି ଚମ୍ପୁଆ ରେଞ୍ଜର ନୟାଗଡ଼ ପଞ୍ଚାୟତ ଅନ୍ତର୍ଗତ କଟୁପାଲି ଗ୍ରାମର ଧାତିକା ସାହିରେ। ଅଧିକ ପଢନ୍ତୁ...

elephant attack
ହାତୀ ଆକ୍ରମଣରେ ବୃଦ୍ଧ ମୃତ

କେନ୍ଦୁଝର: ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏହି ଅଭାବନୀୟ ଘଟିଛି ଚମ୍ପୁଆ ରେଞ୍ଜର ନୟାଗଡ଼ ପଞ୍ଚାୟତ ଅନ୍ତର୍ଗତ କଟୁପାଲି ଗ୍ରାମର ଧାତିକା ସାହିରେ।

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଗତକାଲି(ସୋମବାର) ଯୋଗୁନା ମୁଣ୍ଡା କଟୁପାଲି, ନୋଇବୁଗା ପାଖ ଜଙ୍ଗଲକୁ ଶାଳପତ୍ର ତୋଳିବାକୁ ଯାଇଥିବାବେଳେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ । ହାତୀ ବୃଦ୍ଧଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ତେବେ ସୋମବାର ଠାରୁ ଘରକୁ ନଫେରିବାରୁ ଘରଲୋକ ବହୁ ଖୋଜାଖୋଜି କରିବା ପରେ ବୃଦ୍ଧଙ୍କ ପୁଅ ଓ ସାହିର କିଛି ଲୋକ ମଙ୍ଗଳବାର ସକାଳରେ ଜଙ୍ଗଲରୁ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।

ବନ ଅଧିକାରୀ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି କ୍ଷତିପୂରଣ ବାବଦକୁ ତାଙ୍କ ପରିବାରକୁ ୪୦ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହାସହ ଦୁଇ ମାସ ଭିତରେ ଆଉ ୩ ଲକ୍ଷ ୬୦ ହଜାର ଟଙ୍କା ମୃତକଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details