କେନ୍ଦୁଝର: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ । କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଦେଶରେ ଲଗାତାର ତୈଳ ଦର ବୃଦ୍ଧିକୁ ବିରୋଧ କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ତୈଳଦର ବୃଦ୍ଧି ପ୍ରତିବାଦ: ଜିଲ୍ଲାପାଳଙ୍କ ଜରିଆରେ କଂଗ୍ରେସର ରାଷ୍ଟ୍ରପତିଙ୍କୁ ଦାବିପତ୍ର - Congress strike
ମୋଦି ସରକାର ତୈଳ ଦର ବୃଦ୍ଧି କରିବା ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଆହୁରି ପ୍ରଭାବିତ ହେଉଥିବା କଂଗ୍ରେସ ଅଭିଯୋଗ କରିଛି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଓ ଲଗାତାର ଏକ୍ସସାଇଜ ଡ୍ୟୁଟି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ 3 ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।
![ତୈଳଦର ବୃଦ୍ଧି ପ୍ରତିବାଦ: ଜିଲ୍ଲାପାଳଙ୍କ ଜରିଆରେ କଂଗ୍ରେସର ରାଷ୍ଟ୍ରପତିଙ୍କୁ ଦାବିପତ୍ର ଫାଇଲ ଫଟୋ](https://etvbharatimages.akamaized.net/etvbharat/prod-images/768-512-7817766-thumbnail-3x2-od.jpg)
ଫାଇଲ ଫଟୋ
ଜିଲ୍ଲାପାଳଙ୍କ ଜରିଆରେ କଂଗ୍ରେସର ରାଷ୍ଟ୍ରପତିଙ୍କୁ ଦାବିପତ୍ର
କୋରୋନା ମହାମାରୀ ସମୟରେ ଦେଶର ଲୋକେ ଗୁରୁତର ସ୍ବାସ୍ଥ୍ୟ ଓ ଆର୍ଥିକ ସମାସ୍ୟାରେ ଗତି କରୁଛନ୍ତି । ଏଭଳି ପରିସ୍ଥିତିରେ ମୋଦି ସରକାର ତୈଳ ଦର ବୃଦ୍ଧି କରିବା ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଆହୁରି ପ୍ରଭାବିତ ହେଉଥିବା କଂଗ୍ରେସ ଅଭିଯୋଗ କରିଛି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଓ ଲଗାତାର ଏକ୍ସସାଇଜ ଡ୍ୟୁଟି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ 3 ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ