କେନ୍ଦୁଝର:ଜିଲ୍ଲାରେ ହୋଇଥିବା ତ୍ରୁଟିପୂର୍ଣ୍ଣ ଏନ୍ଏଚ୍ ୪୯ର ତଦନ୍ତ ନେଇ ଓଡ଼ିଶା ମାନବାଧିକାର କମିଶନ ( OHRC ) ଚିଠି ନମ୍ବର (୧୦୭୮୯ / ୧୬।୧୧।୨୦୨୧ ) ରେ ସୂଚିତ କରିଥିଲେ । କେନ୍ଦୁଝର ସିଟିଜେନ ଫୋରମ ପକ୍ଷରୁ କରାଯାଇଥିବା କେଶ ନମ୍ବର ୨୦୦୫ / ୨୦୧୯ର ଶୁଣାଣି କରି କମିଶନ ତଦନ୍ତ ଆଦେଶ କରିଥିଲେ । ଏହାର ତଦନ୍ତ କରିବାକୁ ଓଏଚ୍ଆରସିର ସଚିବ ସୁନିଲ କୁମାର ନାୟକ କେନ୍ଦୁଝର ଆସିଛନ୍ତି । ଅଭିଯୋଗକାରୀ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଆଞ୍ଚଳିକ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା ।
ସୂଚନା ଯୋଗ୍ୟ ଯେ, ଏନ୍ଏଚ୍ ୪୯ର ବେଲଦା ଠାରୁ ଜୁଡିଆ ପର୍ଯ୍ୟନ୍ତ ରାସ୍ତା କେନ୍ଦୁଝର ସହର ବାହାରେ ଯାଇଛି । ଯାହାକୁ ସ୍ଥାନୀୟ ଲୋକ ବାଇପାସ କହୁଛନ୍ତି । ତେବେ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ସରକାରଙ୍କ ବ୍ୟାପକ ଅର୍ଥ ହାନି ହେବା ସହ ବିପଦସଙ୍କୁଳ ହୋଇପଡ଼ିଛି । ସ୍ଵଳ୍ପ ବ୍ୟବଧାନରେ ଏନ୍ଏଚ୍ ୪୯କୁ ତିନୋଟି ସ୍ଥାନରେ ଅହେତୁକ ଭାବେ ବକ୍ର ପଥରେ ନିର୍ମାଣ କରାଯାଇ ଏନ୍ଏଚ୍ ୨୦ରେ ମିଶିଛି । ମାଧପୁର ଠାରୁ ଧୂପଦା (ବାଲିଆଗୋଡା) ପର୍ଯ୍ୟନ୍ତ ଯାତାୟାତ ବିପଦପୂର୍ଣ୍ଣ ହୋଇପଡିଛି ।