ଓଡିଶା

odisha

ETV Bharat / state

କୋରୋନା ସତର୍କତା: କେନ୍ଦୁଝର ଜିଲ୍ଲାରେ ଲାଗୁ ହେଲା ଯୁଗ୍ମ-ଅଯୁଗ୍ମ ଫର୍ମୁଲା - କୋରୋନା ଭାଇରସ ଖବର

ମହାମାରୀ କୋରୋନାକୁ ନେଇ ସମସ୍ତ କ୍ଷେତ୍ରରେ ସତର୍କତା ଜାରି କରାଯାଉଛି । ସାଧାରଣ ପରିବହନ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାରେ ଅଡ ଓ ଇଭିନ ଫର୍ମୁଲା ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

odd-even-numbers-transport-started-in-kendujhar-district
କେନ୍ଦୁଝର ଜିଲ୍ଲାରେ ଲାଗୁ ହେଲା ଯୁଗ୍ମ, ଅଯୁଗ୍ମ ନମ୍ବର

By

Published : Mar 21, 2020, 6:39 PM IST

କେନ୍ଦୁଝର: ଜିଲ୍ଲାରେ ଲାଗୁ ହେଲା ଯୁଗ୍ମ, ଅଯୁଗ୍ମ ଫର୍ମୁଲା । ମହାମାରୀ କୋରୋନାକୁ ନେଇ ରାଜଧାନୀ ଭୁବନେଶ୍ବରରେ ଅଡ ଇଭନ ଫର୍ମୁଲା ଲାଗୁ କରାଗଲା ପରେ ଏହାକୁ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ଏନେଇ କେନ୍ଦୁଝର ଜିଲ୍ଲାପାଳ ସ୍ବତନ୍ତ୍ର ଚିଠି କରି ବିଜ୍ଞପ୍ତି ଜାରି କରିଛନ୍ତି ।

କେନ୍ଦୁଝର ଜିଲ୍ଲାରେ ଲାଗୁ ହେଲା ଯୁଗ୍ମ, ଅଯୁଗ୍ମ ନମ୍ବର

କେନ୍ଦୁଝର ପୌରାଞ୍ଚଳରେ ଶନିବାର ଅଡ୍‌ ଇଭନ୍‌ ନମ୍ବର ବ୍ୟବସ୍ଥାକୁ ପ୍ରଶାସନ ଲାଗୁ କରିଛନ୍ତି । ଏହାପରେ ଜିଲ୍ଲାର ଚମ୍ପୁଆ, ବଡ଼ବିଲ, ଯୋଡ଼ା, ଆନନ୍ଦପୁର ପୌରାଞ୍ଚଳରେ ଲାଗୁ କରିବାକୁ ଆଦେଶ କରିଛନ୍ତି । ଏହି ନିୟମରେ ଯୁଗ୍ମ ତାରିଖରେ ଯୁଗ୍ମ ନଂ ଗାଡି ଚଳାଚଳ କରିବା ଓ ଅଯୁଗ୍ମ ତାରିଖରେ ଅଯୁଗ୍ମ ନଂ ଗାଡି ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

ବିଶେଷକରି ସାଧାରଣ ପରିବହନ କ୍ଷେତ୍ରର ଗାଡି ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି । ମାଇକ ,ଲିଫଲେଟ ଆଦି ପ୍ରଚାର ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଥିବା ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details