ଓଡିଶା

odisha

ETV Bharat / state

ଫନି ବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଲେ ‘ରାଧା ମା’

ଫନି ବିପନ୍ନଙ୍କୁ ସହାୟତାର ହାତ ବଢାଇଛନ୍ତି ଜଣେ ମହିଳା ଅଟୋ ଚାଳକ । ତାଙ୍କ ନାଁ ହେଉଛି ସନ୍ତୋଷୀ ଗିରି । କେନ୍ଦୁଝରରେ ରାଧା ମା’ ନାମରେ ସ୍ଥାନୀୟ ଅଞ୍ଚଳରେ ସେ ପରିଚିତ ।

By

Published : May 20, 2019, 3:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ରାଜ୍ୟ ସରକାରଙ୍କ ସମେତ ଫନି ବିପନ୍ନଙ୍କ ପାଇଁ ଦେଶବ୍ୟାପୀ ଛୁଟିଛି ସହାୟତାର ସୁଅ । ଓଡିଶାର ଏହି ଦୁଃସମୟରେ ଅନେକ ରାଜ୍ୟ, କମ୍ପାନୀ, ସଂଗଠନ ଓ ବ୍ୟକ୍ତି ବିଶେଷମାନେ ସହାୟତାର ହାତ ବଢାଇଛନ୍ତି । ଏହି କ୍ରମରେ ନିଜକୁ ସାମିଲ କରିଛନ୍ତି ଜଣେ ମହିଳା ଅଟୋ ଚାଳକ । ତାଙ୍କ ନାଁ ହେଉଛି ସନ୍ତୋଷୀ ଗିରି । ଯିଏକି ରାଧା ମା’ ନାମରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସନ୍ତୋଷୀ ନିଜ ଅଟୋ ଚଳାଇବା ସମୟରେ ସବୁ ଛକ, ଦୋକାନ, ସରକାରୀ କାର୍ଯ୍ୟାଳୟ ଆଦିରେ ଫନ୍ନି ବିପନ୍ନଙ୍କ ପାଇଁ ସହାୟତା ମାଗୁଛନ୍ତି । ବହୁ ଲୋକ ଏଥିଯୋଗୁଁ ଖୁସି ହୋଇ ସହାୟତା ମଧ୍ୟ କରୁଛନ୍ତି । ବହୁ ଯୁବ ସଂଗଠନ ମଧ୍ୟ ରାଧା ମା’ଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ନିଜେ ବିଭିନ୍ନ ସ୍ଥାନରୁ ସଂଗ୍ରହ କରୁଥିବା ପାଣ୍ଠିକୁ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ମହିଳାଙ୍କୁ ସାବିତ୍ରୀ ବ୍ରତ ପାଳିବା ପାଇଁ ସହାୟତା ଦେବେ ବୋଲି ଆଶା ରଖିଛନ୍ତି । ସନ୍ତୋଷୀଙ୍କ ଏହି ଉଦ୍ୟମକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details