କେନ୍ଦୁଝର: ଟିକିରା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଛାତ୍ରଙ୍କୁ ମାଡ଼ମରିବା ଘଟଣାରେ ଛାତ୍ରଛାତ୍ରୀ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି । କେନ୍ଦୁଝର ଜିଲ୍ଲା ଟିକିରା ଓଡିଶା ଆଦର୍ଶ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି ।
ଛାତ୍ରଙ୍କୁ ଅଧ୍ୟକ୍ଷଙ୍କ ମାଡମରିବା ଘଟଣାରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ - ୨୦ ନଂ ଜାତୀୟ ରାଜପଥ ବନ୍ଦ
ଟିକିରା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଛାତ୍ରଙ୍କୁ ମାଡ଼ମରିବା ଘଟଣାରେ ଛାତ୍ରଛାତ୍ରୀ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି । ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି ।
![ଛାତ୍ରଙ୍କୁ ଅଧ୍ୟକ୍ଷଙ୍କ ମାଡମରିବା ଘଟଣାରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ oav-students-road-blocked-beaten-by-principal](https://etvbharatimages.akamaized.net/etvbharat/prod-images/768-512-5218657-thumbnail-3x2-ken.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର
ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର
ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ବଦଳି ଦାବିରେ ବହୁ ସମୟ ରାସ୍ତା ଅବରୋଧ କରିଥିଲେ । ପରେ ଘଟଗାଁ ପୋଲିସ ଓ ଜିଲ୍ଲା ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ