କେନ୍ଦୁଝର: ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସ୍ଥାନୀୟ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ରାସ୍ତା ନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଶେଷକରି ଛାତ୍ରୀମାନେ ଅସାମାଜିକ ଲୋକଙ୍କ ଦ୍ବାରା ଅନେକ ସମୟରେ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।
ଏନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ଛାତ୍ରଛାତ୍ରୀ କହିଛନ୍ତି। ହଷ୍ଟେଲ ବ୍ୟବସ୍ଥା ନଥିବାରୁ କେନ୍ଦୁଝର ସହରରୁ ପ୍ରାୟ 5 କିମି ଦୂରରୁ ପୁରୁଣା ବଜାରସ୍ଥିତ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସକୁ ଯିବାକୁ ପଡୁଛି । ବିପର୍ଯ୍ୟସ୍ତ ରାସ୍ତା ସହିତ ଆଲୋକ ବ୍ୟବସ୍ଥା ନଥିବାରୁ ଅସୁରକ୍ଷିତ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଛାତ୍ରଛାତ୍ରୀ।