ଓଡିଶା

odisha

ETV Bharat / state

ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଯୁକ୍ତି ତିନି ରେଜଲ୍ଟ ପ୍ରକାଶିତ, ସଂସ୍କୃତ ବିଭାଗର ସ୍ମୃତିରେଖା ଟପର - ଆନନ୍ଦପୁର କଲେଜର ରେକର୍ଡ

ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଯୁକ୍ତ ଦିନି ପରୀକ୍ଷାରେ ଆନନ୍ଦପୁର କଲେଜ ସଂସ୍କୃତ ବିଭାଗର ରେକର୍ଡ । ସଂସ୍କୃତ ବିଭାଗର ସ୍ମୃତିରେଖା ବେହେରା ଟପର । ଅଧିକ ପଢନ୍ତୁ...

ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଯୁକ୍ତି ତିନି ରେଜଲ୍ଟ ପ୍ରକାଶିତ, ସଂସ୍କୃତ ବିଭାଗର ସ୍ମୃତିରେଖା ଟପର
ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଯୁକ୍ତି ତିନି ରେଜଲ୍ଟ ପ୍ରକାଶିତ, ସଂସ୍କୃତ ବିଭାଗର ସ୍ମୃତିରେଖା ଟପର

By

Published : Dec 3, 2020, 8:23 PM IST

ଆନନ୍ଦପୁର: ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଯୁକ୍ତ ତିନି ପରୀକ୍ଷାରେ ଆନନ୍ଦପୁର କଲେଜର ସଂସ୍କୃତ ବିଭାଗର ରେକର୍ଡ । ସଂସ୍କୃତ ବିଭାଗରେ କଲେଜ ଛାତ୍ରୀ ସ୍ମୃତିରେଖା ବେହେରା ସର୍ବାଧିକ ନମ୍ବର ରଖି ଟପର ହୋଇଛନ୍ତି । ସେହିପରି ପରୀକ୍ଷା ଦେଇଥିବା ସମସ୍ତ 24 ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି ।

ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଯୁକ୍ତି ତିନି ରେଜଲ୍ଟ ପ୍ରକାଶିତ, ସଂସ୍କୃତ ବିଭାଗର ସ୍ମୃତିରେଖା ଟପର

ଟପର ସ୍ମୃତିରେଖା ଏକ ଚାଷୀ ପରିବାରରୁ ଆସିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଅଧ୍ୟାପକଙ୍କ ଠାରୁ ଆରମ୍ଭ କରି ଅଭିଭାବକ ମହଲ ଏନେଇ ଖୁସି ବ୍ୟକ୍ତ କରିଛନ୍ତି । କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ତରଫରୁ ସ୍ମୃତିରେଖାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ନେଇ କଲେଜ ଗୌରବାନ୍ବିତ ହୋଇଛି । ଗଭୀର ନିଷ୍ଠା, କଠିନ ଅଧ୍ୟବସାୟ ଓ ଗୁରୁଜନଙ୍କ ଆର୍ଶୀବାଦ ହିଁ ସ୍ମୃତିରେଖାଙ୍କୁ ସଫଳତା ଦେଇଥିବା ସେ ପ୍ରକାଶ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details