ଓଡିଶା

odisha

ETV Bharat / state

ଆସନ୍ତାକାଲି ଓଡିଶା ଆସୁଛନ୍ତି ନିତିନ ଗଡକରୀ - nitin gadkari

ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନିତିନ ଗଡକରୀ । ଏକ ସାଧାରଣ ସଭାରେ ନିଜର ଅଭିଭାଷଣ ଦେବେ ସେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର

By

Published : Apr 17, 2019, 11:09 PM IST


ଆନନ୍ଦପୁର: ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନିତିନ ଗଡକରୀ । ଗୁରୁବାର ଦିନ ୧ ଟା ସମୟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଶାଳପଡା କଲେଜ ପଡ଼ିଆ ଠାରେ ଏକ ସାଧାରଣ ସଭାରେ ନିଜର ଅଭିଭାଷଣ ଦେବେ ସେ । ଗଡକାରୀ ଏକ ସତନ୍ତ୍ର ହେଲିକପ୍ଟର ମାଧ୍ୟମରେ ଆସିବାର ବ୍ୟବସ୍ଥା କରାଯାଇଛି ।

ଏହି ସଭାରେ ସେ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ଚରଣ ନାୟକ, ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପୃଥ୍ବିରାଜ କୁଅଁରଙ୍କ ପାଇଁ ପ୍ରଚାର କରିବେ । ସଭାରେ ହଜାର ହଜାର ସଂଖ୍ୟାରେ ଲୋକ ଯୋଗ ଦେବାର ସମ୍ଭାବନା ରହିଛି । ତେଣୁ ଏନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

ସେପଟେ ସଭା ପୂର୍ବରୁ ଆଜି ଶାଳପଡା କଲେଜ ପଡ଼ିଆ ଠାରେ ଭୂମି ପୂଜା କରାଯାଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ବିଜେପି ପ୍ରହରୀ ବିରଞ୍ଚି ତ୍ରିପାଠୀ, ପୂର୍ବତନ ବିଧାୟକ କ୍ଷୀରୋଦ ପ୍ରସାଦ ସ୍ୱାଇଁ ଓ କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ବର ସାହୁଙ୍କ ସମେତ ପୃଥୀରାଜ କୁଅଁର, ଆଲୋକ ସେଠୀ ଏବଂ ପୂର୍ବତନ ନଗରପାଳ ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details