ଓଡିଶା

odisha

ETV Bharat / state

କେନ୍ଦୁଝରରେ ନୀତି ଆୟୋଗ CEO, ବିଭିନ୍ନ ପ୍ରକଳ୍ପର କଲେ ପରିଦର୍ଶନ - କେନ୍ଦୁଝର ଖବର

କେନ୍ଦୁଝର ଗସ୍ତରେ ନୀତି ଆୟୋଗର ୩ ଜଣିଆ ଟିମ (Niti ayog team visits Keonjhar) । ନୀତି ଆୟୋଗର ସିଇଓ ପରମେଶ୍ବର ଆୟରଙ୍କ ସହ ନୀତି ଆୟୋଗ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଅକ୍ଷୟ ରାଉତ, ନିର୍ଦ୍ଦେଶକ ଅମିତ୍ ବର୍ମା ଏବଂ ଭାରତ ସରକାରଙ୍କ ଆଦିବାସୀ ଉନ୍ନୟନ ସଚିବ ତିନିଜିନିଆ ପ୍ରତିନିଧି ଦଳ ପହଞ୍ଚିଛନ୍ତି କେନ୍ଦୁଝରରେ । ଅଧିକ ପଢ଼ନ୍ତୁ

କେନ୍ଦୁଝରରେ ନୀତି ଆୟୋଗ : ବିଭିନ୍ନ ପ୍ରକଳ୍ପର କଲେ ପରିଦର୍ଶନ, ଖାଇଲେ ମାଣ୍ଡିଆରୁ ପ୍ରସ୍ତୁତ ମିଠା ଓ କଷ୍ଟଡ଼
କେନ୍ଦୁଝରରେ ନୀତି ଆୟୋଗ : ବିଭିନ୍ନ ପ୍ରକଳ୍ପର କଲେ ପରିଦର୍ଶନ, ଖାଇଲେ ମାଣ୍ଡିଆରୁ ପ୍ରସ୍ତୁତ ମିଠା ଓ କଷ୍ଟଡ଼

By

Published : Dec 11, 2022, 10:14 AM IST

କେନ୍ଦୁଝର:କେନ୍ଦୁଝର ଗସ୍ତରେ ନୀତି ଆୟୋଗର ୩ ଜଣିଆ ଟିମ (Niti ayog team visits Keonjhar)। ନୀତି ଆୟୋଗର ସିଇଓ ପରମେଶ୍ବର ଆୟରଙ୍କ ସହ ନୀତି ଆୟୋଗ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଅକ୍ଷୟ ରାଉତ, ନିର୍ଦ୍ଦେଶକ ଅମିତ୍ ବର୍ମା ଏବଂ ଭାରତ ସରକାରଙ୍କ ଆଦିବାସୀ ଉନ୍ନୟନ ସଚିବ ତିନି ଜିନିଆ ପ୍ରତିନିଧି ଦଳ ପହଞ୍ଚିଛନ୍ତି କେନ୍ଦୁଝରରେ ।

କେନ୍ଦୁଝରରେ ନୀତି ଆୟୋଗ : ବିଭିନ୍ନ ପ୍ରକଳ୍ପର କଲେ ପରିଦର୍ଶନ, ଖାଇଲେ ମାଣ୍ଡିଆରୁ ପ୍ରସ୍ତୁତ ମିଠା ଓ କଷ୍ଟଡ଼

ସିଇଓ ପରମେଶ୍ବର ଆୟର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଆସି ସକାଳ ଗୋନାସିକାରେ ଓହ୍ଲେଇ ଥିଲେ । ପରେ ଜନଜାତି ଅଞ୍ଚଳର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଥିଲେ (Niti ayog team reviewed various project) । ଏହି ଅବସରରେ ଗୋନାସିକା ଠାରେ ରହିଥିବା ଏଜୁକେସନ କମ୍ପ୍ଲେକ୍ସ, ଘୁଙ୍ଗି ଗ୍ରାମରେ ନିର୍ମାଣ ହୋଇଥିବା କ୍ରେଚ ଘର, କୁଣ୍ଢେଇ ଗ୍ରାମର ବହୁ ଭାଷୀ ସାଧନ କେନ୍ଦ୍ର ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ କରିଥିଲେ।

ଏହାସହ ଉକ୍ତ ଗ୍ରାମ ଗୁଡିକରେ ଗ୍ରାମବାସୀଙ୍କ ସହ ଗାଁ ଦାଣ୍ଡରେ ବସି ତାଙ୍କ ବିଷୟରେ ଆଲୋଚନା କରିଥିଲେ। ସେଠାରୁ କେନ୍ଦୁଝର ଅଭିମୁଖେ ଆସି କେନ୍ଦୁଝରଗଡ଼ ପୌରପାଳିକା ତୁଳସୀପୁର ସ୍ଥିତ କ୍ରେଚ୍ ଏବଂ କାଳୀପଡ଼ିଆ ନିକଟରେ ରହିଥିବା ଜିଲ୍ଲା ଜନଜାତି ଶିକ୍ଷା ସାଧନ କେନ୍ଦ୍ରର ଏକ ଲାଇବ୍ରେରୀର ଲୋକାର୍ପଣ କରିଥିଲେ ।

ପରେ ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ନିର୍ମିତ ହ୍ୟାଣ୍ଡବଲ ଗ୍ରାଉଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ବୁଲି ଦେଖିଥିଲେ ନୀତି ଆୟୋଗ ସଦସ୍ୟ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି କାଫେରେ ଏସଏଚଜିଙ୍କ ଦ୍ଵାରା ମାଣ୍ଡିଆରୁ ପ୍ରସ୍ତୁତ ମିଠା ଓ କଷ୍ଟାଡ଼ ଆଦି ଖାଇଥିଲେ । ଏହି ମାଣ୍ଡିଆରେ କେନ୍ଦୁଝର ଜିଲ୍ଲା ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନେଇ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ ନୀତି ଆୟୋଗ ସିଇଓ । ଏହାସହ ତିଆରି ହୋଇଥିବା ମିଠା ଓ କଷ୍ଟାଡ଼ ଖୁବ୍ ଭଲ ହୋଇଛି ବୋଲି କହିଥିଲେ ।

ନୀତି ଆୟୋଗଙ୍କ ଗସ୍ତ ବିଶେଷ କରି ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜନଜାତି ଉନ୍ନୟନ ପାଇଁ ଉଦ୍ଦିଷ୍ଟ ବୋଲି ସ୍ୱତନ୍ତ୍ର ଉନ୍ନୟନ କମିଶନର କହିଥିଲେ । ଅନ୍ୟପକ୍ଷରେ ନୀତି ଆୟୋଗଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା । ପରେ ନୀତି ଆୟୋଗ ସଦସ୍ୟ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଥିଲେ । ଏହି ଅବସରରେ ଆୟୋଗର ଜିଲ୍ଲା ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ଜଣାପଡିଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details