କେନ୍ଦୁଝର: ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସହରର ଶିଲୁଆ ଗାଁରେ ।
ଆଜି ସକାଳୁ ଶିଲୁଆ ଗାଁ ନିକଟସ୍ଥ ଆମ୍ବ ତୋଟାରେ ଥିବା ଏକ ବୁଦା ମୂଳରୁ ଏକ ଛୋଟ ଛୁଆର କାନ୍ଦ ଶୁଭିଥିଲା । ଶିଲୁଆ ଗାଁ ର କିଛି ଲୋକେ ପ୍ରାତଃ ଭ୍ରମଣ କରୁଥିବାବେଳେ ବୁଦା ମୂଳେ ନବଜାତ ଶିଶୁ ପୁତ୍ରଟି ଏକ ଅଖାରେ ଗୁଡା ହୋଇ ପଡିଥିବା ଦେଖିବାକୁ ପାଇଥିଲେ ।