ଓଡିଶା

odisha

ETV Bharat / state

କଙ୍ଗାରୁକୋର୍ଟରେ ୨୫ ଲକ୍ଷ ଫାଇନ୍ ଘଟଣାରେ ନୂଆମୋଡ, ଗ୍ରାମବାସୀ କହିଲେ ପତ୍ନୀ ମାଗିଛି 25 ଲକ୍ଷ - inter caste marriage

କେନ୍ଦୁଝରରେ ଅନ୍ୟ ଜାତିରେ ପ୍ରେମ ବିବାହ କରିବାରୁ ଦମ୍ପତିଙ୍କୁ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଜୋରିମାନା ଘଟଣା । ଅଭିଯୋଗକୁ ଅସ୍ବୀକାର କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଭିନ୍ନ ଜାତିରେ ବିବାହ ନେଇ ୨୫ ଲକ୍ଷ ଜୋରମାନା ଘଟଣା, ଅସ୍ବୀକାର କଲେ ଗ୍ରାମବାସୀ
ଭିନ୍ନ ଜାତିରେ ବିବାହ ନେଇ ୨୫ ଲକ୍ଷ ଜୋରମାନା ଘଟଣା, ଅସ୍ବୀକାର କଲେ ଗ୍ରାମବାସୀ

By

Published : Aug 6, 2021, 4:53 PM IST

ଆନନ୍ଦପୁର: ଅନ୍ୟ ଜାତିରେ ପ୍ରେମ ବିବାହ କରିବାରୁ ଦମ୍ପତିଙ୍କୁ ନିଆଁ ପାଣି ବାସନ୍ଦ ସହ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଜୋରିମାନା ଘଟଣା । ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ନିଆଳିଝରଣ ଗାଁରୁ ସାମ୍ନାକୁ ଆସିଥିଲା ଏହି ଅଭିଯୋଗ । ଯେଉଁଥିରେ ଏବେ ନୂଆ ମୋଡ ଆସିଛି । ଏହି ଜୋରିମାନା ଘଟଣାରେ ଶୁକ୍ରବାର ୨୫ଟି ଗ୍ରାମର ମୁଖିଆଙ୍କୁ ନେଇ ନିଆଳିଝରଣ ଗାଁରେ ଏକ ବୈଠକ ବସିଛି । ବୈଠକରେ ଅଭିଯୋଗକାରୀ ମହେଶ୍ବର ବାସ୍କେଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ କୌଣସି ଜୋରିମାନା କରାଯିବା ଘଟଣାକୁ ଅସ୍ବୀକାର କରାଯାଇଛି । ସେପଟେ ବୈଠକରେ ମହେଶ୍ବର ବାସ୍କେ ଓ ତାଙ୍କ ପତ୍ନୀ ସୋମବାରୀ ମୁଣ୍ଡା ଅନୁପସ୍ଥିତ ଥିବା ଜଣାଯାଇଛି ।

ଭିନ୍ନ ଜାତିରେ ବିବାହ ନେଇ ୨୫ ଲକ୍ଷ ଜୋରମାନା ଘଟଣା, ଅସ୍ବୀକାର କଲେ ଗ୍ରାମବାସୀ

ସୂଚନାଯୋଗ୍ୟ, ଅନ୍ୟ ଜାତିରେ ପ୍ରେମ ବିବାହ କରିବାକୁ ମହେଶ୍ବର ଓ ତାଙ୍କ ପତ୍ନୀଙ୍କୁ ଗ୍ରାମବାସୀ କଙ୍ଗାରୁକୋର୍ଟରେ ନିଆଁ ପାଣି ବାସନ୍ଦ କରିବା ସହ ୨୫ ଲକ୍ଷ ୬୦ ହଜାର ଟଙ୍କା ଜୋରିମାନା କରିଥିବା ଅଭିଯୋଗ ହୋଇଥିଲା । ଆର୍ଥିକ ଅସ୍ବଚ୍ଛଳ ମହେଶ୍ବର ଏତେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ବାଧ୍ୟ ହୋଇ ପତ୍ନୀଙ୍କ ସହ ମାମୁଁ ଘରେ ଆଶ୍ରୟ ନେଇଥିଲେ । ଯେଉଁ ଘଟଣା ଚାରିଆଡେ ଆଲୋଡନ ସୃଷ୍ଟି କରିଥିଲା । ହେଲେ ଆଜି ନିଆଳିଝରଣ ଗ୍ରାମ ବୈଠକରେ ଏହି କଥାକୁ ଅସ୍ବୀକାର କରାଯାଇଛି । ଏଥିସହ ପତ୍ନୀ ସୋମବାରୀ ହିଁ ଏହି ୨୫ ଲକ୍ଷ ଟଙ୍କା ମହେଶ୍ବରଙ୍କ ଠାରୁ ଦାବି କରିଥିବା ଗ୍ରାମବାସୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଅନ୍ୟଜାତିରେ ପ୍ରେମ ବିବାହ ପଡିଲା ମହଙ୍ଗା; କଙ୍ଗାରୁକୋର୍ଟରେ ନିଆଁପାଣି ବାସନ୍ଦ, 25 ଲକ୍ଷ ଜୋରିମାନା

ଆହୁରିମଧ୍ୟ, ଅନ୍ୟ ଜାତିରେ ବିବାହ କରିବା ଆଦିବାସୀ ସମ୍ପ୍ରଦାୟରେ ନଥିବାରୁ ଗାଁ ଲୋକେ ଏହାକୁ ବିରୋଧ କରୁଥିବା ବୈଠକରେ ପ୍ରକାଶ କରିଛନ୍ତି । ସମ୍ପୃକ୍ତ ଦମ୍ପତି ଗାଁରେ ରହିଲେ ଗାଁ ଲୋକେ ସେମାନଙ୍କୁ କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ସ୍ଥିର କରାଯାଇଛି । ସେହି ଦମ୍ପତିଙ୍କୁ ସଭାକୁ ଡକାଯାଇଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ଥିବାରୁ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରି ନାହିଁ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details