କେନ୍ଦୁଝର: କାଠ ଖୁଣ୍ଟ ଭରସାରେ ଅଟକି ରହିଛି ବିଦ୍ୟୁତ୍ ଖୁଣ୍ଟ । ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଦୀର୍ଘ ତିନି ମାସରୁ ଅଧିକ ଦିନ ହେଲାଣି ଏମିତି ଅବସ୍ଥାରେ ଚାଲିଛି ବିଦ୍ୟୁତ୍ ସେବା । ବନ୍ୟ ଜୀବଜନ୍ତୁ ଠାରୁ ଆରମ୍ଭ କରି ଗୃହପାଳିତ ପଶୁ ଏବଂ ଲୋକମାନଙ୍କ ପ୍ରତି ଭରି ରହିଛି ବିପଦ ।
ସେଇ ଆଖପାଖରେ ମଝିରେ ମଝିରେ ଯିବା ଆସିବା କରୁଛନ୍ତି ଜଙ୍ଗଲି ହାତୀ ପଲ । ଛଅ ସାତ ଫୁଟ ଉଚ୍ଚତାରେ ଝୁଲି ରହିଛି ଏଗାର କେଭି ବିଦ୍ୟୁତ୍ ତାର । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତ ପୁର ପଞ୍ଚାୟତ ନଇବୁଗା ଗାଁର ଜୁରିଆ ସାହି ଠାରେ ।