କେନ୍ଦୁଝର: ଜିଲ୍ଲାରେ ପିଛା ଛାଡୁନି ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ । ମଙ୍ଗଳାବର ରାତି ଘଟଗାଁ ଥାନା ଅନ୍ତର୍ଗତ ଗଡଦାଧରପୁର ପଞ୍ଚାୟତ ଧନୁର୍ଜୟପୁର ଗ୍ରାମରେ ପୁତୁରାର ଭୁଜାଲି ମାଡରେ ଗୁରୁତର ହୋଇଛି ବଡମାଆ । ଏହି ହତ୍ୟାକାଣ୍ଡ ଗୁଣିଗାରେଡି ସନ୍ଦେହକୁ ନେଇ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଗୁଣି ଗାରେଡି ସନ୍ଦେହ: ବଡ ମାଆକୁ ଭୁଜାଲିରେ ହାଣିଲା ପୁତୁରା ତେବେ ଉକ୍ତ ଗ୍ରାମର ମନୋଜ ମହାନ୍ତଙ୍କ ବାପା କିଛିଦିନ ହେବ ରୋଗରେ ପଡିଥିଲେ । ଏହି ରୋଗ ହେବାର କାରଣ ଗୁଣିଗାରେଡି ହୋଇଥିବା ସେ ସନ୍ଦେହ କରୁଥିଲେ । ମନୋଜ ତାଙ୍କ ବଡମାଆ ହିରାମଣି ଏହି ଗୁଣି ଗାରେଡି କରୁଥିବା ସନ୍ଦେହ କରିଥିଲେ । ଏହାସହ ସେ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ ।
ତେବେ ହତ୍ୟା ଧମକ ପରେ ଥାନାରେ ଅଭିଯୋଗ କରିଥିଲେ ହିରାମଣିଙ୍କ ପରିବାର । କିନ୍ତୁ ଥାନା ଅଧିକାରୀ କିଛି ଶୁଣିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ହତ୍ୟା ଧମକ ପରେ ଗତକାଲି(ମଙ୍ଗଳବାର) ରାତି ମନୋଜ ଏକ ଭୁଜାଲି ସାହାଯ୍ୟରେ ବଡମାଆ ହିରାମଣିଙ୍କ ପାଟିକୁ ହାଣି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତେବେ ହତ୍ୟାକାଣ୍ଡ ପରେ ମନୋଜ ଲୁଚି ରହିଥିଲେ । କୌଣସି ସୂତ୍ରରୁ ଖବର ପାଇ ଘଟଗାଁ ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ