ଆନନ୍ଦପୁର: ପୁତୁରାର ତୀରମାଡ଼ରେ ବଡବାପା ଗୁରୁତର । ଆନନ୍ଦପୁର ତରତରା ପଞ୍ଚାୟତ ପଣସଡ଼ିହା ଗାଁରେ ପୁତୁରାର ତୀରମାଡ଼ରେ ବଡବାପା ଗୁରୁତର ଆହତ ହୋଇଛନ୍ତି।
ମୁରଲୀ ନାଇକ ନାମକ ଜଣେ ବ୍ୟକ୍ତି ନିଜ ଘରେ ବସି ଟିଭି ଦେଖୁଥିବା ସମୟରେ ତାଙ୍କ ପୁତୁରା ବୋଧିଆ ଅଚାନକ ତାଙ୍କୁ ତୀରମାଡ଼ କରିଥିଲା। ତୀରଟି ମୁରଲୀଙ୍କ ପେଟରେ ସମ୍ପୂର୍ଣ୍ଣ ରୂପେ ଗଳି ଯାଇଥିବା ଦେଖିବାକୁ ମିଳିଛି।