କେନ୍ଦୁଝର: ସାରା ଦେଶରେ ଦୁର୍ଗା ପୂଜାର ମାହୋଲ । ଦେବୀ ମଣ୍ଡପରୁ ଦେବୀ ପୀଠ ସବୁଠି ମା’ଙ୍କ ଦର୍ଶନ ପାଇଁ ଭିଡ । ସେହିପରି ଘଟଗାଁ ମା’ ତାରିଣୀଙ୍କ ପୀଠରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି ।
ଅଷ୍ଟ ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ - maa tarini in asta mahishamardini besa
ଚାଲିଛି ନବରାତ୍ରୀ । ଦେବୀ ମଣ୍ଡପରୁ ଦେବୀ ପୀଠ ସବୁଠି ମା’ଙ୍କ ଦର୍ଶନ ପାଇଁ ଭିଡ । ସେହିପରି ଘଟଗାଁ ମା’ ତାରିଣୀଙ୍କ ପୀଠରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି ।
ଡିଜାଇନ ଫଟୋ
ମା’ଙ୍କ ପୀଠରେ ବିଶେଷ କରି ସପ୍ତମୀରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ହୋଇଥାଏ । ଆଜି ନବମୀ ଅବସରରେ ମା’ ତାରିଣୀ ଅଷ୍ଟ ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ତେବେ ଆସନ୍ତାକାଲି ବିଜୟା ଦଶମୀ ଉପଲକ୍ଷେ ମାଙ୍କ ସ୍ଵତନ୍ତ୍ର ସୁନାବେଶ ଅନୁଷ୍ଠିତ ହେବ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ