କେନ୍ଦୁଝର: ଆଠ ଦିନିଆ ଗସ୍ତରେ ଆସି କେନ୍ଦୁଝରରେ ପହଞ୍ଚିଛନ୍ତି ଜାତୀୟ ଜନଜାତି ସଦସ୍ୟ ଅନନ୍ତ ନାଏକ । ଏହି ସମୟରେ ସେ ସ୍ଥାନୀୟ ସହିଦ ସଦନ ଠାରେ ଜନଜାତି ବର୍ଗର ବିଭିନ୍ନ ବର୍ଗର ସଦସ୍ୟଙ୍କ ବୈଠକ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଜନଜାତିଙ୍କ ଅଧିକାର ନେଇ ଆଲୋଚନା କରିଛନ୍ତି । ତେବେ ଆଗାମୀ 15ତାରିଖରେ ନଗର ଭବନ ଏକ ସଚେତନତା ସଭା ଆୟୋଜନ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଉକ୍ତ ସଚେତନତା ସଭାରେ ଜାତୀୟ ଜନଜାତି କମିଶନ ଡାଇରେକ୍ଟରଙ୍କ ସହ ଜିଲ୍ଲା ପ୍ରଶାସନର ଆଦିବାସୀ ଅଧ୍ୟୁଷିତ ବିଭାଗର ଅଧିକାରୀ ଉପସ୍ଥିତ ରହିବେ ।