ଆନନ୍ଦପୁର:ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସରକାରୀ ଅଧିକାରୀଙ୍କ ମୃତ୍ୟୁ । ଦିଲ୍ଲୀରୁ କେନ୍ଦୁଝର ଜିଲ୍ଲାକୁ ଜାତୀୟ ମାନ ନିର୍ଦ୍ଧାରଣର ଅଧିକାରୀ ଗୁହାର ଚନ୍ଦ ପନୱାର ଆସିଥିବାବେଳେ ଗତକାଲି ଏକ କାର ଯୋଗେ ଭୁବନେଶ୍ୱର ବିମାନବନ୍ଦରକୁ ଯାତ୍ରା କରୁଥିଲେ । ଏହି ସମୟରେ ଆନନ୍ଦପୁର ଜାତୀୟ ରାଜପଥ ଦରଖଳା ନିକଟରେ ଛିଡା ହୋଇଥିବା ଏକ ଟ୍ରକ ଭାରସାମ୍ୟ ହରାଇ ତାଙ୍କ କାରକୁ ପଛପଟୁ ଧକ୍କା ଦେଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକାରୀ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।
ଦିଲ୍ଲୀରୁ ଆସିଥିଲେ କେନ୍ଦୁଝର, ଦୁର୍ଘଟଣାରେ ସରକାରୀ ଅଧିକାରୀଙ୍କ ମୃତ୍ୟୁ - ଜାତୀୟ ମାନ ନିର୍ଦ୍ଧାରଣର ଅଧିକାରୀ
ଦିଲ୍ଲୀରୁ କେନ୍ଦୁଝର ଜିଲ୍ଲାକୁ ଜାତୀୟ ମାନ ନିର୍ଦ୍ଧାରଣର ଅଧିକାରୀ ଗୁହାର ଚନ୍ଦ ପନୱାର ଆସିଥିବା ବେଳେ ଗତକାଲି ଏକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...
ଦିଲ୍ଲୀରୁ ଆସିଥିଲେ କେନ୍ଦୁଝର, ଦୁର୍ଘଟଣାରେ ସରକାରୀ ଅଧିକାରୀଙ୍କ ମୃତ୍ୟୁ
ଦିଲ୍ଲୀରୁ ଆସିଥିଲେ କେନ୍ଦୁଝର, ଦୁର୍ଘଟଣାରେ ସରକାରୀ ଅଧିକାରୀଙ୍କ ମୃତ୍ୟୁ
କିଛିଦିନ ତଳେ ସେ କେନ୍ଦୁଝର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଗୁଡିକର ତଦାରଖ କରିବାକୁ ଆସିଥିଲେ । ସେ ପୂର୍ବରୁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ତ୍ତ ବିଭାଗ ରାଜସ୍ଥାନରେ କାର୍ଯ୍ୟରତ ଥିଲେ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ