ଓଡିଶା

odisha

ETV Bharat / state

କେନ୍ଦୁଝରରେ ଧୁମଧାମରେ ମହମ୍ମଦଙ୍କ ଜୟନ୍ତୀ ପାଳିଲେ ମୁସଲିମ ସମ୍ପ୍ରଦାୟ

କେନ୍ଦୁଝରରେ ଧୁମଧାମର ସହ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଇଛି । ସ୍ଥାନୀୟ ପୁରୁଣା ସହରରେ ଥିବା ଜୁମା ମସଜିଦରେ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଛି । ଅଧିକ ପଢ଼ନ୍ତୁ

By

Published : Oct 10, 2022, 8:47 AM IST

ଶାନ୍ତି ଶୃଙ୍ଖଳା ସହ ଶୋଭାଯାତ୍ରା କଲା ମୁସଲିମ ସମାଜ
ଶାନ୍ତି ଶୃଙ୍ଖଳା ସହ ଶୋଭାଯାତ୍ରା କଲା ମୁସଲିମ ସମାଜ

କେନ୍ଦୁଝର: କେନ୍ଦୁଝରରେ ଧୁମଧାମର ସହ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଇଛି (Muslims celebrated Muhammads birthday) । ଏହି ଅବସରରେ ସ୍ଥାନୀୟ ପୁରୁଣା ସହରରେ ଥିବା ଜୁମା ମସଜିଦରେ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଏକ ଭବ୍ୟ ଶୋଭଯାତ୍ରା ହୋଇଥିଲା । ଏହି ଶୋଭାଯାତ୍ରା ପୁରୁଣା ସହର, ଆଟୋପୁର, ଧାଙ୍ଗରପଡା, ଜେଲ ରୋଡ଼ ସହ ସହର ପରିକ୍ରମା କରି ଜୁମା ମସଜିଦରେ ପହଞ୍ଚିଥିଲା । ଶୋଭଯାତ୍ରାରେ ହଜାର ହଜାର ମୁସଲିମ ସମ୍ପ୍ରଦାୟ ସାମିଲ ହୋଇଥିଲେ । ଆଜିର ଦିନରେ ପ୍ରତ୍ୟେକ ମୁସଲମାନ ଘରେ ମିଠା ତିଆରି ହୋଇଥିଲା।

ଶାନ୍ତି ଶୃଙ୍ଖଳା ସହ ଶୋଭାଯାତ୍ରା କଲା ମୁସଲିମ ସମାଜ

ମହାପୁରୁଷ ମହମ୍ମଦଙ୍କ ନୀତି ଆଦର୍ଶ ଅନୁସାରେ ଏହି ପର୍ବକୁ ଶାନ୍ତି ଓ ଭାଇଚାରାର ପର୍ବ ଭାବେ ପାଳନ କରାଯାଉଛି । ଏନେଇ ମୁସଲିମ ସମ୍ପ୍ରଦାୟ ଶ୍ରଦ୍ଧାଳୁ କହିଛନ୍ତି, "ଏହି ଦିବସର ମୂଳ ବିଶେଷତ୍ବ ହେଉଛି ଖୁସି ବାଣ୍ଟିବା । ଲୋକଙ୍କ ସେବା କରି ଶାନ୍ତି ଓ ପ୍ରେରଣାର ବାର୍ତ୍ତା ଦିଆଯାଏ'' ।

ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ସାରା ବିଶ୍ବରେ ଶୋଭାଯାତ୍ରା ବାହାରୁଛି (Muhammads birthday) । ଏହି କ୍ରମରେ ଜୁମା ମସଜିଦ ପକ୍ଷରୁ ଦରିଦ୍ର ନାରାୟଣ ସେବା, ପଂକ୍ତି ଭୋଜନ ଆଦି ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details