ଓଡିଶା

odisha

ETV Bharat / state

ପଥର ଛେଚି ଯୁବକଙ୍କୁ ହତ୍ୟା ! - ପଥର ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ

ଦୈତାରୀ ଥାନା ରେବଣା ଛକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତଦେହ ରାସ୍ତା ମଝିରେ ପଡ଼ିଥିବାରୁ ଦୈତାରି-ହରିଚନ୍ଦନପୁର ରାସ୍ତାରେ ଗାଡି ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାରେ 2 ଜଣଙ୍କୁ ଅଟକ ରଖିଛି ।

Murder in keonjhar
ପଥର ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ

By

Published : Dec 14, 2019, 10:15 PM IST

କେନ୍ଦୁଝର: ପଥର ଛେଚି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି ଦୈତାରୀ ଥାନା ରେବଣା ଛକରେ । ମୃତକ ହେଲେ ରେବଣା ଗ୍ରାମର ଡବର ମାଝି ।

ପଥର ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ

ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଡବରଙ୍କୁ ଦୁର୍ବୃତ୍ତମାନେ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରିଥିଲେ । ମୃତଦେହ ରାସ୍ତା ମଝିରେ ପଡ଼ିଥିବାରୁ ଦୈତାରି-ହରିଚନ୍ଦନପୁର ରାସ୍ତାରେ ଗାଡି ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଥିବାବେଳେ ହତ୍ୟାର କାରଣ ଜଣାପଡ଼ିନାହିଁ ।

ଦୈତାରୀ ପୋଲିସ ଡବରଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟା ସନ୍ଦେହରେ 2 ଜଣଙ୍କୁ ଅଟକ ରଖିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details