ଓଡିଶା

odisha

ETV Bharat / state

ଚିନ୍ତାରେ ଆନନ୍ଦପୁରର ମୁଗ ଚାଷୀ, ଝଡବର୍ଷାରେ ପଚିଗଲା ମୁଗ ଫସଲ

ଅଦିନିଆ ଝଡବର୍ଷା ଆନନ୍ଦପୁର ଉପଖଣ୍ଡର ତରିମୂଳ ଗାଁର ମୁଗ ଚାଷୀଙ୍କ ମନରେ ଦେଇ ଯାଇଛି ଦୁଃଖ । ଜଳବାୟୁର ତାଡନାରେ ମୁଗ ଫସଲ କ୍ଷେତରେ ପଡି ପଚି ଯାଇଛି ତ ଅନ୍ୟ କେତେକ ଗଜା ହୋଇଯାଇଛି । ଏବେ ଏହି ହତାଶ କ୍ଷୁଦ୍ର ଚାଷୀ ମାନଙ୍କର କ୍ଷତି ଭରଣା କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

mung-bean-farmer-in-tension-thunderstorm-destroy-his-crop
ଚିନ୍ତାରେ ଆନନ୍ଦପୁରର ମୁଗ ଚାଷୀ, ଝଡବର୍ଷାରେ ପଚିଗଲା ମୁଗ ଫସଲ

By

Published : Apr 27, 2020, 10:56 PM IST

ଆନନ୍ଦପୁର: ଲଗାଣ ବର୍ଷାରେ ଧାନ ଫସଲରେ କ୍ଷତି ସହିବା ପରେ କ୍ଷତି ଭରଣା କରିବାକୁ ମୁଗ ଚାଷ କରିଥିଲେ ଚାଷୀ । ହେଲେ ଦଇବ ଦାଉ ସାଧିଲା । ଏପରି କିଛି ମୁଗ ଚାଷୀଙ୍କ ଦୁଃଖଭରା କାହାଣୀ ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡର ତରିମୂଳ ଗାଁରେ ।

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ତରିମୂଳ ଗାଁ । ଏହି ଗାଁରେ ୪୦୦ ରୁ ଊର୍ଦ୍ଧ୍ବ ସଭିଏଁ ଚାଷୀ ପରିବାର । ଶୀତ- କାକର-ଖରା-ବର୍ଷାକୁ ଖାତିର ନକରି ଚାଷ କାମରେ ଲାଗିଥାନ୍ତି ଏହି ଲୋକମାନେ । ଗତବର୍ଷର ଫନି ମହାବାତ୍ୟା ଧାନ ଓ ଅନ୍ୟାନ୍ୟ ଫସଲକୁ ଧ୍ବଂସ କରି ଦେଇଥିବାବେଳେ ଏଥର ମଧ୍ୟ ଚାଷୀକୁ ହତାଶ ହେବାକୁ ପଡିଛି । ଏବର୍ଷ ଅଦିନିଆ ଝଡବର୍ଷା ଧାନ ଫସଲକୁ ନଷ୍ଟ କରି ଦେଇଥିବା ବେଳେ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡିଥିଲା । ଏସବୁକୁ ପଛରେ ପକାଇ ମୁଗ ଚାଷରୁ ଦି ପଇସା ରୋଜଗାରର ଆଶା ରଖିଥିବା ଚାଷୀକୁ କାଳବୈଶାଖୀର ପ୍ରଭାବ ଓ ଅଦିନିଆ ଝଡବର୍ଷା ପୁଣି ପାହାର ଦେଇଛି ।

ଚିନ୍ତାରେ ଆନନ୍ଦପୁରର ମୁଗ ଚାଷୀ, ଝଡବର୍ଷାରେ ପଚିଗଲା ମୁଗ ଫସଲ

ଲକଡାଉନର ପ୍ରଭାବରେ ଶ୍ରମିକଙ୍କ କାମ ବନ୍ଦ ଥିବା ବେଳେ ଚାଷୀ ପରିବାରଟି ନିଜ ଛୁଆ ପିଲା କୁଟୁମ୍ବଙ୍କୁ ଧରି ଚାଷ କାମକୁ ବଢେଇଥିଲା । କ୍ଷୁଦ୍ର ଚାଷୀଟିଏ ମଧ୍ୟ ଏକର ଏକର ଜମିରେ ସୁନ୍ଦର ମୁଗ ଫସଲକୁ ଦେଖି ଆତ୍ମବିଭୋର ହେଉଥିଲା କିନ୍ତୁ ଜଳବାୟୁର ତାଡନାରେ ମୁଗ ଫସଲ କ୍ଷେତରେ ପଡି ପଚି ଯାଇଛି ତ ଅନ୍ୟ କେତେକ ଗଜା ହୋଇଯାଇଛି ।

ତେବେ ହତାଶ ହୋଇପଡିଥିବା ଏଇ କ୍ଷୁଦ୍ର ଚାଷୀ ମାନଙ୍କର କ୍ଷତି ଭରଣା କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details