କେନ୍ଦୁଝର: ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବହିମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା ପଞ୍ଚମ ଦିନରେ ପହଞ୍ଚିଛି । ଆନ୍ଦୋଳନରତ ସ୍ବାସ୍ଥ୍ୟକର୍ମୀମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଥିବା ଜଣାପଡିଛି ।
ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତି ପାଇଥିବା ଅସ୍ଥାୟୀ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ସରକାରଙ୍କ ନୀତି ମୁତାବକ ୬ ବର୍ଷରେ ସେମାନଙ୍କୁ ସ୍ଥାୟୀ କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଗତ ୨ ବର୍ଷ ତଳେ ସରକାରଙ୍କ ଏକ ହାଇ ପାୱାର କମିଟି ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେବାର ଦୀର୍ଘ ଦିନ ପରେ ମଧ୍ୟ ଏମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଧାରଣାରତ ସ୍ବାସ୍ଥ୍ୟକର୍ମୀ । ତେବେ ସ୍ବାସ୍ଥ୍ୟକର୍ମୀଙ୍କ ଏହି ଆନ୍ଦୋଳନକୁ ବିଜେପି ସମର୍ଥନ କରିଛନ୍ତି ।