ଓଡିଶା

odisha

ETV Bharat / state

କ୍ୟାନସରରେ ସଢୁଛି ପୁଅ, ମା’ ମାଗୁଛି ସହାୟତା - Mother of a cancer patient

ଯେଉଁ ବୟସରେ ପୁଅ ମା’କୁ ପୋଷିବା କଥା, ସେ ବୟସରେ ମାଗିଯାଚି ଆଣି ପୁଅର ସେବା କରୁଛି ମାଆ । ଅର୍ଥ ଅଭାବରୁ ନା ଚିକିତ୍ସା କରିପାରୁଛି, ନା ଘର ଖଣ୍ଡେ ଅଛି ରହିବାକୁ । ଏ କାହାଣୀ ହେଉଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବୀରଗୋନ୍ଦପୁର ଗାଁର ରେବତୀଙ୍କ....

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

By

Published : Sep 30, 2019, 6:19 PM IST

ଆନନ୍ଦପୁର: ଅଭାବ ଭିତରେ ଅସହାୟ ବୁଢୀ ମା’ । ଅର୍ଥ ଅଭାବରୁ ପୁଅର ଯମ ଯନ୍ତ୍ରଣାକୁ ନିଜ ଆଖିରେ ଦେଖୁଛି ଜନ୍ମକଲା ମା’। ଯେଉଁ ବୟସରେ ପୁଅର ରୋଜଗାରକୁ ଆଶ୍ରା କରିବା କଥା, ସେହି ବୟସରେ ମାଗିଯାଚି ଆଣି ପୁଅର ସେବା କରୁଛି ମା’ । ଅର୍ଥ ଅଭାବରୁ ନା ଚିକିତ୍ସା କରିପାରୁଛି, ନା ଘର ଖଣ୍ଡେ ଅଛି ରହିବାକୁ । ଏଥିଯୋଗୁଁ ପର ଘରେ ଆଶ୍ରୟ ନେଇଛନ୍ତି ମାଆ-ପୁଅ । ତେବେ ଏଭଳି ସ୍ଥିତିରେ ସରକାରୀ ସହାୟତା ଲୋଡିଛନ୍ତି, କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବୀରଗୋନ୍ଦପୁର ଗାଁର ରେବତୀ ପାଢୀ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଆନନ୍ଦପୁର

ପୁଅ ରଞ୍ଜନ ଜଣେ ପୂଜକ ହୋଇଥିବାବେଳେ ମନ୍ଦିରରେ ପୂଜାର୍ଚ୍ଚନା କରି ପେଟ ପୋଷି ଆସୁଥିଲେ । ହେଲେ ହଠାତ ତାଙ୍କର ଗୋଡରେ ଗୋଟିଏ ଫୋଟକା ବାହାରିଥିଲା । ଯାହାକୁ ନେଇ ସ୍ଥାନୀୟ ଆନନ୍ଦପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲେ । ପରେ ଯେଉଁଠି ତାଙ୍କର ଅପରେସନ କରାଯାଇଥିଲା, ଦୀର୍ଘଦିନ ଯାଏଁ ଘା' ନ ଶୁଖିବାରୁ ସେ କଟକ ବଡ ମେଡିକାଲକୁ ଯାଇଥିଲେ । ଆଉ ସେଠାରେ ତାଙ୍କୁ କ୍ୟାନସର ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ରଞ୍ଜନଙ୍କର ସେହି ଗୋଡଟିକୁ କାଟି ଦିଆଯାଇଥିଲା । ଆଉ ଏବେ ସେହି ସମାନ ଅବସ୍ଥା ଅନ୍ୟ ଗୋଡରେ ଦେଖାଦେଇଛି ।

ରଞ୍ଜନ ଏବେ କୌଣସି କାମଧନ୍ଧା କରିନପାରି ଘରେ ପଡି ରହୁଥିବାବେଳେ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ସେପଟେ ବୁଢୀମାଆ ରେବତୀ ଯାହା ଯେଉଁଠୁ ପାଉଛନ୍ତି ସେତିକିରେ ଘରେ ଚଳାଉଛନ୍ତି । ହେଲେ ଦୁଃଖ ଏତିକିରେ ସରିନି । ଏପଟେ 3 ମାସ ତଳେ ଚାଳ ଛପର ଘର ପୋଡି ଯିବାରୁ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି ମାଆ ପୁଅ ।

ତେବେ ଏହି ଘଟଣା ବିଷୟରେ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଯାହାର ତଦନ୍ତ ପରେ ସରକାରୀ ସ୍ତରରେ ସହାୟତା ଯୋଗାଇବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ଉପଜିଲ୍ଲାପାଳ ।


ଆନନ୍ଦପୁରର ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details