ଆନନ୍ଦପୁର:ବନ୍ଧୁକ ଦେଖାଇ ଲୁଟି ନେଲେ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଓ ମୋବାଇଲ ଫୋନ । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧିନ ସାଇଁକୁଳ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ଗ୍ରାମର ନଳିନୀ ଜେନାଙ୍କ ଘରେ ପୁରୁଷ ଲୋକ କେହି ନଥିବାର ସୁଯୋଗ ନେଇ ଚାରି ଜଣ ଡକାୟତ ଘରେ ଧସେଇ ପଶିବା ସହିତ ବନ୍ଧୁକ ଦେଖାଇ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଏବଂ ମୋବାଇଲ ଫୋନ ଲୁଟି ନେଇଥିଲେ ।
ବନ୍ଧୁକ ମୁନରେ ୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଓ ମୋବାଇଲ ଲୁଟ୍ - ରାମଚନ୍ଦ୍ରପୁର ଥାନା ଲୁଟ୍
ଆନନ୍ଦପୁର ଉପଖଣ୍ଡ ସାଇଁକୁଳ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଲୁଟି ନେଲେ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଓ ମୋବାଇଲ ଫୋନ । ଅଧିକ ପଢନ୍ତୁ...
ବନ୍ଧୁକ ମୁନରେ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟ୍
ବନ୍ଧୁକ ମୁନରେ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟ୍
ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ରାମଚନ୍ଦ୍ରପୁର ଥାନା ଅଧିକାରିଣୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାରମ୍ବାର ସାଇଁକୁଳ ଅଞ୍ଚଳରେ ଡକାୟତି ଘଟଣା ବଢ଼ୁଥିବାରୁ ପୋଲିସ ପାଟ୍ରୋଲିଂ ବଢାଇବାକୁ ସରପଞ୍ଚ ଦାବି କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ