ଓଡିଶା

odisha

ETV Bharat / state

ବାଇକରେ ଧକ୍କା ଦେଇ ଲୁଟି ନେଲେ ଲକ୍ଷେରୁ ଊର୍ଦ୍ଧ୍ବ ଟଙ୍କା - keonjhar news

ଚମ୍ପୁଆ ଥାନା ଅଞ୍ଚଳରେ ଦିନ ଦିପହରେ ଲୁଟ୍ । ଚମ୍ପୁଆ ବଜାର ମଧ୍ୟରୁ ଜଣେ ଶିକ୍ଷକଙ୍କ ଠାରୁ 7 ହଜାର ଟଙ୍କା ଲୁଟ୍ ହେବା ଘଟଣାକୁ ସପ୍ତାହେ ନ ପୁରୁଣୁ ଆଜି(ମଙ୍ଗଳବାର) ପୁଣି ଆଉ ଏକ ଘଟଣା ଘଟିଛି।

ବାଇକରେ ଧକ୍କା ଦେଇ ଲୁଟି ନେଲେ ଲକ୍ଷେରୁ ଉର୍ଦ୍ଧ୍ବ ଟଙ୍କା
ବାଇକରେ ଧକ୍କା ଦେଇ ଲୁଟି ନେଲେ ଲକ୍ଷେରୁ ଉର୍ଦ୍ଧ୍ବ ଟଙ୍କା

By

Published : Nov 10, 2020, 4:20 PM IST

କେନ୍ଦୁଝର: ଚମ୍ପୁଆ ଥାନା ଅଞ୍ଚଳରେ ଦିନ ଦିପହରେ ଲୁଟ୍ । ଚମ୍ପୁଆ ବଜାର ମଧ୍ୟରୁ ଜଣେ ଶିକ୍ଷକଙ୍କ ଠାରୁ 7 ହଜାର ଟଙ୍କା ଲୁଟ୍ ହେବା ଘଟଣାକୁ ସପ୍ତାହେ ନ ପୁରୁଣୁ ଆଜି(ମଙ୍ଗଳବାର) ପୁଣି ଆଉ ଏକ ଘଟଣା ଘଟିଛି। ରିମୁଳି କାଳିକାପ୍ରସାଦ ରାସ୍ତା ମଝିରେ ରିମୁଳି ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଯୁବକ ବାଇକରେ ପଛ ପଟୁ ଧକ୍କା ଦେଇ 1 ଲକ୍ଷ 25 ହଜାର ଟଙ୍କା ଲୁଟ୍ ହେବା ଘଟଣା ସାମ୍ନାକୁ ଆସିଛି l

ବାଇକରେ ଧକ୍କା ଦେଇ ଲୁଟି ନେଲେ ଲକ୍ଷେରୁ ଉର୍ଦ୍ଧ୍ବ ଟଙ୍କା

ଚମ୍ପୁଆ ବ୍ଲକ ଅନ୍ତର୍ଗତ ବିରିକୁଆଁ ଗ୍ରାମର ମଙ୍ଗଳୁ ମହାନ୍ତ ଓ ଯଦୁମଣି ମହାନ୍ତ ରିମୁଳି ବ୍ୟାଙ୍କରୁ 1 ଲକ୍ଷ 25 ହଜାର ଟଙ୍କା ଉଠାଇ ବାଇକରେ ଫେରୁଥିଲେ । କାଳିକା ପ୍ରସାଦ ନିକଟରେ 2ଟି ବାଇକରେ 4 ଜଣ ପିଛା କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ବାଇକକୁ ଧକ୍କା ଦେଇଥିଲା । ଏହାପରେ ସୁଯୋଗ ଦେଖି ମଙ୍ଗଳୁ ମହାନ୍ତ ଓ ଯଦୁମଣି ମହାନ୍ତ ନିକଟରୁ ଟଙ୍କା ବ୍ୟାଗ ଲୁଟି ନେଇ 4 ଜଣ ରିମୁଳି ପଟକୁ ଫେରାର ହୋଇ ଯାଇଥଲେ l

ଲୁଟେରା ମାନେ ଏକ ପଲସର ଓ ଏକ ସ୍କୁଟିରେ ପିଛା କରିଥିବା ଜଣାପଡିଛି । ଗାଡିରୁ ପଡି ଯଦୁମଣି ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଏନେଇ ଥାନାରେ ମାମଲା ପରେ ପୋଲିସ ତନାଘନା ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details