ଓଡିଶା

odisha

By

Published : Jul 4, 2021, 9:11 PM IST

ETV Bharat / state

ବଜ୍ରାଘାତରେ ୪୦ରୁ ଉର୍ଦ୍ଧ୍ବ ଗୋରୁ ଓ ମେଣ୍ଢା ମୃତ

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳା ଗ୍ରାମରେ ବଜ୍ରାଘାତରେ 40 ରୁ ଉର୍ଦ୍ଧ୍ବ ଗାଇଗୋରୁଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ବଜ୍ରାଘାତରେ ୪୦ରୁ ଉର୍ଦ୍ଧ୍ବ ଗୋରୁ ଓ ମେଣ୍ଢା ମୃତ
ବଜ୍ରାଘାତରେ ୪୦ରୁ ଉର୍ଦ୍ଧ୍ବ ଗୋରୁ ଓ ମେଣ୍ଢା ମୃତ

କେନ୍ଦୁଝର:ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବଜ୍ରାଘାତରେ 40ରୁ ଉର୍ଦ୍ଧ୍ବ ଗାଇଗୋରୁଙ୍କ ସମେତ ଛେଳି ମେଣ୍ଢାଙ୍କ ମୃତ୍ୟୁ ହୋଇଛି ।

ବଜ୍ରାଘାତରେ ୪୦ରୁ ଉର୍ଦ୍ଧ୍ବ ଗୋରୁ ଓ ମେଣ୍ଢା ମୃତ

ଖବର ଅନୁଯାୟୀ ଆଜି ଅପରାହ୍ନରେ ଉକ୍ତ ଅଞ୍ଚଳରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଥିଲା । ଏହି ବଜ୍ରପାତ ଯୋଗୁଁ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ଚରିବାକୁ ଯାଇଥିବା ୪୦ ରୁ ଉର୍ଦ୍ଧ୍ବ ଗାଈଗୋରୁ ଓ ଛେଳି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏତେ ସଂଖ୍ୟକ ଗୃହପାଳିତଙ୍କ ନିଧନ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କୋରୋନା ଦ୍ୱିତୀୟ ଲହରି ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଏହି ସମୟରେ ଏତେ ସଂଖ୍ୟକ ପଶୁ ସମ୍ପଦ ବଜ୍ରାଘାତରେ ମରିଯିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଲୋକ ଦାବି କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details