ଓଡିଶା

odisha

ETV Bharat / state

ଓଏମସି କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ - ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ

କେନ୍ଦୁଝର ଶୁଆକାଠିସ୍ଥିତ ଓଏମସି କାର୍ଯ୍ୟାଳୟ ସମ୍ମୁଖରେ ସଦର ବିଧାୟକ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହକଲା ଶ୍ରମିକ ସଂଗଠନ। ବ୍ୟକ୍ତିଗତ ସ୍ଵାର୍ଥ ସାଧନା ପାଇଁ ସଦର ବିଧାୟକ ତଥା ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଆନ୍ଦୋଳନ କରୁଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ...

ଓଏମସି କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ
ଓଏମସି କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ

By

Published : Nov 4, 2020, 4:54 PM IST

କେନ୍ଦୁଝର:କେନ୍ଦୁଝର ଶୁଆକାଠିସ୍ଥିତ ଓଏମସି କାର୍ଯ୍ୟାଳୟ ସମ୍ମୁଖରେ ସଦର ବିଧାୟକ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହକଲା ଶ୍ରମିକ ସଂଗଠନ। ଓଏମସି ଗନ୍ଧମାର୍ଦ୍ଦନ ଖଣିରେ ଥିବା ପାଞ୍ଚ ନମ୍ବର କଣ୍ଟା ନିକଟରେ ଗତ ୨୨ ଦିନଧରି ଏକ ଶ୍ରମିକ ସଂଗଠନ ଆନ୍ଦୋଳନ ଜାରି ରଖିଛି । ଏହି କଣ୍ଟା ନିକଟରେ ଓଏମସିର ସମସ୍ତ ପ୍ରକାର ଲୋଡିଂ ଓ ଅନଲୋଡିଂ କାର୍ଯ୍ୟ କରାଯାଇଥାଏ । ତେବେ ନିଜର ବ୍ୟକ୍ତିଗତ ସ୍ଵାର୍ଥ ସାଧନା ପାଇଁ ସଦର ବିଧାୟକ ତଥା ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି ।

ଓଏମସି କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ

୨୨ ଦିନ ଧରି ଜାରି ରହିଥିବା ଆନ୍ଦୋଳନକୁ ବିରୋଧ କରି ଅନ୍ୟ ଏକ ଶ୍ରମିକ ସଂଗଠନ ଆଜି(ବୁଧବାର) ମୋହନ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିଛି ।ମୋହନଙ୍କ କୁଶପୁତ୍ତଳିକାରେ ଜୋତାମାଳ ପିନ୍ଧାଇ ତାଙ୍କ ବିରୋଧରେ ବିଭିନ୍ନ ନାରା ଦେଇଥିଲେ ଶ୍ରମିକ ସଂଗଠନର କର୍ମକର୍ତ୍ତା। ସ୍ଥାନୀୟ ଶ୍ରମିକ ଅଭିଯୋଗ କରିଛନ୍ତି ଯେ, ବିଧାୟକ ମୋହନ ମାଝୀ ଗନ୍ଧମାର୍ଦ୍ଦନ ଖଣି ପରିସର ବାହାର ଶ୍ରମିକଙ୍କ ପାଇଁ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ହଜାର ହଜାର ସ୍ଥାନୀୟ ଶ୍ରମିକ ଏହି ଖଣି କାମ କରିବାକୁ ଚାହିଁ ରହିଥିଲେ ସୁଦ୍ଧା ତାଙ୍କ ପ୍ରତି କୌଣସି ଧ୍ୟାନ ଦିଆଯାଇନଥିବା ଅଭଯୋଗ ହୋଇଛି । ଏପର୍ଯ୍ୟନ୍ତ ବିଧାୟକ ସ୍ଥାନୀୟ ଶ୍ରମିକଙ୍କୁ କୌଣସି ସହଯୋଗ କରିନଥିବା ଅଭିଯୋଗ ହୋଇଛି ।

ଓଏମସି ଗନ୍ଧମାର୍ଦ୍ଦନ ଖଣି ବନ୍ଦ ହେଲେ ଶ୍ରମିକମାନେ ରୋଜଗାର ହରାଇବା ଆଶଙ୍କା ରହିଛି। ୭ ହଜାରରୁ ଊର୍ଦ୍ଧ୍ବ ଟ୍ରକ ମାଲିକ ପେଟପାଟଣା ଏହି ଖଣି ଉପରେ ନିର୍ଭରଶୀଳ। ଖଣି ବନ୍ଦ ହେଲେ ହଜାର ହଜାର ବ୍ୟବସାୟୀଙ୍କ ପରିବାର ଭୋକ ଉପାସରେ ରହିବେ ବୋଲି ଅଭିଯୋଗ କରିଛି ଶ୍ରମିକ ସଂଗଠନ।

ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରରୋଚିତ ଆନ୍ଦୋଳନ ବନ୍ଦ କରିବାକୁ ଦାବି କରିଛନ୍ତି ଶ୍ରମିକ । ଏହି ଆନ୍ଦୋଳନ ବନ୍ଦ ନହେଲେ ଓଏମସି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ 5 ହଜାରରୁ ଅଧିକ ଶ୍ରମିକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଶ୍ରମିକ ସଂଗଠନ । ଏହାସହ ସମ୍ପୂର୍ଣ୍ଣ ଓଏମସିକୁ ବନ୍ଦ କରିଦେବାକୁ ଧମକ ଦିଆଯାଇଛି। ଏନେଇ ଓଏମସି କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ଏନେଇ ବିଜେପି ବିଧାୟକ ମୋହନ ମାଝୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details