ଓଡିଶା

odisha

ETV Bharat / state

ଖରିଫ ଧାନ ସଂଗ୍ରହ ବୈଠକକୁ ଆସିଲେନି ଜିଲ୍ଲାପାଳ, ଉଦବେଗ ପ୍ରକାଶ କଲେ ବିଧାୟକ

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହ ନେଇ ବୈଠକ । ଯୋଗାଣ ବିଭାଗ ଦ୍ଵାରା ଧାନ ସଂଗ୍ରହରେ ପଦକ୍ଷେପ ନିଆଯାଉଛି । ହେଲେ ଜିଲ୍ଲାପାଳଙ୍କ ଅନୁପସ୍ଥିତତାକୁ ନେଇ ବିଧାୟକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

By

Published : Nov 12, 2021, 6:46 PM IST

ଖରିଫ ଧାନ ସଂଗ୍ରହ ବୈଠକରେ ଉପସ୍ଥିତ ନଥିଲେ ଜିଲ୍ଲାପାଳ; ଉଦବେଗ ପ୍ରକାଶ କଲେ ବିଧାୟକ
ଖରିଫ ଧାନ ସଂଗ୍ରହ ବୈଠକରେ ଉପସ୍ଥିତ ନଥିଲେ ଜିଲ୍ଲାପାଳ; ଉଦବେଗ ପ୍ରକାଶ କଲେ ବିଧାୟକ

କେନ୍ଦୁଝର: ଚଳିତ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ନେଇ ଅନୁଷ୍ଠିତ ହୋଇଛି ବୈଠକ । ଏହି ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ, ଯୋଗାଣ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ଧାନ ସଂଗ୍ରହ ନେଇ ପ୍ରଶ୍ନ ଉଠାଇଥିଲେ ବିଧାୟକ । ଯୋଗାଣ ବିଭାଗ ଦ୍ଵାରା ଧାନ ସଂଗ୍ରହରେ ପଦକ୍ଷେପ ନିଆଯାଉଛି ।

ଖରିଫ ଧାନ ସଂଗ୍ରହ ବୈଠକରେ ଉପସ୍ଥିତ ନଥିଲେ ଜିଲ୍ଲାପାଳ; ଉଦବେଗ ପ୍ରକାଶ କଲେ ବିଧାୟକ

ମାତ୍ର ଖରିଫ ଧାନ ସଂଗ୍ରହ ନେଇ ଆୟୋଜିତ ବୈଠକରେ ଜିଲ୍ଲାପାଳ ଉପସ୍ଥିତ ନଥିଲେ । ଯାହାକୁ ନେଇ ବିଧାୟକ ମାନେ କ୍ଷୁବ୍ଧ ପ୍ରକାଶ କରିଥିଲେ । ଏହା ସହ କିଛି ବିଧାୟକ ଚାଉଳ ଯୋଗାଣରେ ଅନିୟମିତତା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଯୋଗାଣ ବିଭାଗ ଦ୍ୱାରା ବ୍ୟାପକ ପ୍ରସ୍ତୁତି କରାଯାଇଥିଲେ ମଧ୍ୟ ଚାଷୀଙ୍କ ଧାନ ସଠିକ ଭାବରେ ସଂଗ୍ରହ କରାଯାଉ ନଥିବା ଅଭିଯୋଗ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details