କେନ୍ଦୁଝର: ନିଖୋଜ ଶିଶୁର ମୃତଦେହ ଉଦ୍ଧାର। କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଖିଡିକିଦ୍ବାର ସାହିରେ ଗତକାଲି ଠାରୁ ନିଖୋଜ ଥିବା ଜଣେ ଶିଶୁର ମୃତ ଦେହ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଛି ।
ପୋଖରୀରୁ ନିଖୋଜ ଶିଶୁର ମୃତଦେହ ଉଦ୍ଧାର - kendujhar town police
କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ନିଖୋଜ ଥିବା ଶିଶୁର ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି ।
ଫଟୋ ସୌଜନ୍ୟ : ସମ୍ବାଦିକ, କେନ୍ଦୁଝର
ଭିଡିଓ ସୌଜନ୍ୟ : ସମ୍ବାଦିକ, କେନ୍ଦୁଝର
ସୂଚନା ଅନୁଯାୟୀ ଗତକାଲି ଜିତେନ୍ଦ୍ର ନାଏକଙ୍କ ଚାରି ବର୍ଷର ପୁଅ ଦିବ୍ୟଙ୍କର ନାଏକ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲା । ବହୁ ଖୋଜା ଖୋଜି ପରେ ଦିବ୍ୟଙ୍କରକୁ ନପାଇବା ପରେ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ସକାଳୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଚାଲି ଥିବାବେଳେ ନିକଟସ୍ଥ ପୋଖରୀରୁ ମୃତଦେହଟି ଭାସୁଥିବା ନଜର ଆସିଥିଲା । ମୃତଦେହକୁ ଦେଖି ପରିବାର ଲୋକଙ୍କ ଭିତରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଟାଉନ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ