ଓଡିଶା

odisha

ETV Bharat / state

କେନ୍ଦୁଝରରେ କଳା ପଲସର ଆତଙ୍କ, ଆଶା ଦିଦିଙ୍କ ଠାରୁ ଝାମ୍ପି ନେଲେ 52 ହଜାର

କେନ୍ଦୁଝରରେ ପୁଣି କଳା ପଲସର ଆତଙ୍କ ଦେଖାଦେଇଛି। ଟାର୍ଗେଟରେ ଅଛନ୍ତି ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଗ୍ରାହକ। ସୋମବାର ସ୍ପଷ୍ଟ ଦିବାଲୋକରେ ଆଶା ଦିଦିଙ୍କ ଠାରୁ ଲୁଟିନେଇଛନ୍ତି 52 ହଜାର 500 ଟଙ୍କା। ଅଧିକ ପଢନ୍ତୁ...

By

Published : Jan 7, 2020, 12:08 PM IST

miscreants with black pulsar bike attacked and loot from Asha Didi
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ପୁଣି କେନ୍ଦୁଝରରେ ପଲସର ଆତଙ୍କ ଦେଖାଦେଇଛି । ଟାର୍ଗେଟରେ ଅଛନ୍ତି ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଗ୍ରାହକ । ସୋମବାର ସ୍ପଷ୍ଟ ଦିବାଲୋକରେ ଆଶା ଦିଦିଙ୍କ ଠାରୁ ଲୁଟିନେଇଛନ୍ତି 52 ହଜାର 500 ଟଙ୍କା । ନରଣପୁର ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ଉଠାଇ ସ୍କୁଟିରେ ଯାଉ ଥିବା ସମୟରେ ସବିତା ନାଏକଙ୍କ ଠାରୁ ପଲସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ଝାମ୍ପି ନେଇଛନ୍ତି ଟଙ୍କା ଭର୍ତ୍ତି ବ୍ୟାଗ।

ଟାଉନ ଥାନା ଅନ୍ତର୍ଗତ ହଳଦିଆଟାଙ୍ଗିରି ଆଶା କର୍ମୀ ସବିତା ନାଏକ ନିଜ ଘର କାମ ପାଇଁ 52 ହଜାର ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ବ୍ୟାଙ୍କ ନିକଟରୁ ଦୁଇ ଜଣ ଏକ କଳା ରଙ୍ଗର ପଲସର ଯୋଗେ ପିଛା କରିଥିଲେ । ବ୍ୟାଙ୍କ ନିକଟରୁ କିଛି ବାଟ ଗଲା ପରେ ସବିତାଙ୍କୁ ଉକ୍ତ ଦୁର୍ବୃତ୍ତ ପଛରୁ ଧକ୍କା ଦେଇ ଟଙ୍କା ବ୍ୟାଗ ସହ ମୋବାଇଲ ଛଡେଇ ନେଇଥିଲେ । ସବିତା ତଳେ ପଡ଼ିଗଲା ପରେ ଦୁର୍ବୃତ୍ତ କେନ୍ଦୁଝର ସହର ମୁଖେ ପଳେଇଥିଲେ। କିଛି ସମୟ ସବିତାଙ୍କ ପୁଅ ଦୁର୍ବୃତ୍ତଙ୍କ ପିଛା କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ଏନେଇ ଟାଉନ ଥାନାରେ କେସ ରୁଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆଶା ଦିଦିଙ୍କ ଠାରୁ ଝାମ୍ପି ନେଲେ 52 ହଜାର

ଏହି ଡକାୟତି ସମ୍ପର୍କରେ ପୋଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ । ପ୍ରକାଶ ଯେ ଗତ ଛଅ ମାସ ମଧ୍ୟରେ ଟାଉନ ଥାନା ଅଞ୍ଚଳରେ 6ରୁ ଊର୍ଦ୍ଧ୍ବ ଡକାୟତି ହୋଇଥିଲେ ମଧ୍ୟ ଟାଉନ ଥାନା ପୋଲିସ ଏ ଘଟଣାରେ ଟେର ପାଉ ନଥିବା ନେଇ ଲୋକେ ପୋଲିସର କାର୍ଯ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details