ଓଡିଶା

odisha

ଫାଇନାନ୍ସ କର୍ମଚାରୀଙ୍କ ଠାରୁ 75 ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

By

Published : Sep 26, 2019, 2:40 PM IST

ରାଜ୍ୟରେ ବଢୁଛି ଅପରାଧ । ଦିନ ଦ୍ବିପ୍ରହରରେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ 75 ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଘଟଣାର ଏତଲା ପରେ ପୋଲିସର ତଦନ୍ତ ଆରମ୍ଭ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ନିକଟସ୍ଥ ସଞ୍ଜଡିଆ ଛକ ନିକଟରେ ଏକ ବଡଧରଣର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଦିନ ଦ୍ବିପ୍ରହରରେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ସୂଚନାନୁଯାୟୀ, ଭାରତ ଫାଇନାନ୍ସ ଲିମିଟେଡ଼ କମ୍ପାନୀର କର୍ମଚାରୀ ନିକଟସ୍ଥ ଗ୍ରାମରୁ ପ୍ରତ୍ୟେକ ଦିନ ଗୁରୁବାର ମଧ୍ୟ ଲୋନ ଟଙ୍କା ଆଦାୟ କରି ଫେରୁଥିଲେ । ପାଖାପାଖି 75 ହଜାର ଲୋନ ଟଙ୍କା ଆଦାୟ କରି ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ପଛ କରି ଆସୁଥିଲେ । ସଞ୍ଜଡିଆ ଛକ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ପଛ ପଟୁ ଆକ୍ରମଣ କରିବା ସହ ତାଙ୍କ ବାଇକ୍‌ ଡିକିରୁ 75 ହଜାର ଟଙ୍କା ନେଇ ପଳାଇଥିଲେ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କେନ୍ଦୁଝର

ଉକ୍ତ ଘଟଣାକୁ ନେଇ ବ୍ୟକ୍ତି ଜଣକ ଚମ୍ପୁଆ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details