କେନ୍ଦୁଝର: ଶେଷରେ ମିଳିଛି ନ୍ୟାୟ। ଦୀର୍ଘ 4 ବର୍ଷ ପରେ ଏଡିଜେ କମ ସ୍ପେଶାଲ ଜଜ୍ ଶୁଣାଇଛନ୍ତି କେନ୍ଦୁଝରର ବଡବିଲରେ ହୋଇଥିବା ଗଣଦୁଷ୍କର୍ମର ରାୟ । ସ୍ପେଶାଲ ବିଚାରପତି ଏ ଘଟଣାରେ ଜଡିତ ଥିବା 6 ଅଭିଯୁକ୍ତଙ୍କୁ 20 ବର୍ଷ ଜେଲ ଦଣ୍ଡ ସହ ସେମାନଙ୍କ ଠାରୁ 50 ହଜାର ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବଡବିଲ୍ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ 20ବର୍ଷ ଜେଲଦଣ୍ଡ
ଦୀର୍ଘ ଚାରି ବର୍ଷର ଅପେକ୍ଷା ପରେ ଶେଷରେ 6ଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ 20 ବର୍ଷ ଜେଲ ଦଣ୍ଡ ଦେଇଛନ୍ତି ଏଡିଜେ କୋର୍ଟ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ଆଜିକୁ 4 ବର୍ଷ ପୂର୍ବେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏବେ ଏ ମାମଲାର ରାୟ ଆସିଛି । ନଭେମ୍ବର 6 ତାରିଖ 2015ରେ କେନ୍ଦୁଝର ବଡବିଲର ଦୁଇ ଆଦିବାସୀ ନାବାଳିକା ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ 8 ଜଣ ଦୁର୍ବୃତ୍ତ ଜଣେ ନାବାଳିକାଙ୍କୁ ଉଠାଇନେଇ ରାଜୀବ ଗ୍ୟାସ ଗୋଦାମରେ ଗଣଦୁଷ୍କର୍ମ କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ବିଚାର ଜୁଭେନାଇଲ କୋର୍ଟରେ ଚାଲିଥିବା ବେଳେ ଅନ୍ୟ 6 ଜଣଙ୍କୁ ଦଣ୍ଡାଦେଶ ମିଳିଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ