ଓଡିଶା

odisha

ETV Bharat / state

ସମ୍ପର୍କରେ କଳଙ୍କ ଛିଟା: ନାବାଳିକା ଭଉଣୀକୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝରରେ ଲଜ୍ଜା । ସମ୍ପର୍କୀୟ ନାବାଳିକା ଭଉଣୀକୁ ନାବାଳକ ଭାଇର ଦୁଷ୍କର୍ମ ଅଭିଯୋଗ । ଘଟଣାର ତଦନ୍ତ ଆରମ୍ଭ କରିଛି ଚମ୍ପୁଆ ପୋଲିସ ।

By

Published : Jul 24, 2019, 2:22 PM IST

ପ୍ରତିକାତ୍ମକ ଫଟୋ

କେନ୍ଦୁଝର: ଭାଇ- ଭଉଣୀର ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଦାଗ । ନିଜର କାମନା ପାଇଁ ସମ୍ପର୍କକୁ ଜଳାଞ୍ଜଳି ଦେଇଛି ଜଣେ ସମ୍ପର୍କୀୟ ଭାଇ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାକର ଘଟଣା ।

ଜଣେ 16 ବର୍ଷର ନାବାଳକ ନିଜ ସମ୍ପର୍କୀୟ ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଘଟଣାର ଛାନଭିନ୍ କରିଛି ଚମ୍ପୁଆ ପୋଲିସ । ସୂଚନା ଅନୁଯାୟୀ, ପୀଡିତା ଜଣକ ସମ୍ପର୍କୀୟ ବଡବାପା ଘରକୁ ଫୁଲ ତୋଳିବାକୁ ଯାଇଥିଲେ । କଣ୍ଢେଇ ଦେଖାଇବା ବାହାନାରେ ସମ୍ପର୍କୀୟ ଭାଇ ଘରୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏନେଇ ପୀଡିତାଙ୍କ ମାଆ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ପୀଡିତାର ବୟାନ ରେକର୍ଡ କରିବା ସହ ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ କହିଛନ୍ତି ଚମ୍ପୁଆ ଥାନା ଅଧିକାରୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details