ଓଡିଶା

odisha

ETV Bharat / state

ଘରକୁ ପଶି ଆସିଥିଲା ବେଙ୍ଗ ପୋଡି ଖାଇଲେ ଦୁଇ ଭଉଣୀ, ଜଣେ ମୃତ - ବେଙ୍ଗ ଖାଇ ନାବାଳିକାଙ୍କ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ଅଘଟଣ । ବେଙ୍ଗ ଖାଇ ଗୋଟିଏ ପରିବାରରେ ବଡ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ଅସୁସ୍ଥ । ଅଧିକ ପଢ଼ନ୍ତୁ

ବେଙ୍ଗ ଖାଇ ନାବାଳିକା ମୃତ
minor girl killed after consuming frog

By

Published : Feb 12, 2023, 1:24 PM IST

ବେଙ୍ଗ ତରକାରୀ ଖାଇ ଗୋଟିଏ ପରିବାରର ଜଣେ ମୃତ

କେନ୍ଦୁଝର: ବେଙ୍ଗ ଖାଇ ନାବାଳିକାଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ଏଭଳି ଏକ ଅଘଟଣ ଘଟିଛି । ବେଙ୍ଗ ତରକାରୀ ଖାଇ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି । ମୃତ ନାବାଳିକା ଜଣକ ସୁମିତ୍ରା ମୁଣ୍ଡା ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ:ପ୍ରଦୂଷଣମୁକ୍ତ ରହିବ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, କ୍ୟାମ୍ପସକୁ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ମନା

ସୂଚନା ଅନୁଯାୟୀ, ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମର ମୁନା ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଗୁରୁବାର ରାତିରେ ଏକ ବେଙ୍ଗ ପଶି ଆସିଥିଲା । ମୁନା ତାକୁ ମାରି ନିଆଁରେ ପୋଡ଼ି ଦୁଇ ଝିଅଙ୍କ ସହିତ ତାକୁ ଖାଇଥିଲେ । ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଝିଅ ବାନ୍ତି କରି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ସକାଳେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଶନିବାର ରାତିରେ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ମୁନାଙ୍କ ସାନ ଝିଅଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ:ଦୁଇ ଦିନିଆ ରାଜ୍ୟସ୍ତରୀୟ ବସ୍ ମାଲିକ ସମ୍ମିଳନୀ ଉଦ୍‌ଘାଟିତ, ଯୋଗଦେଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ଖାଦ୍ୟ ଅଭାବରୁ ଏଭଳି ବିଷାକ୍ତ ଅଖାଦ୍ୟ ଖାଇ ଅନେକ ସମୟରେ ଗରିବ ଆଦିବାସୀ ଲୋକ ପୁଷ୍ଟିହୀନତା ବା ଅନ୍ୟାନ୍ୟ ରୋଗରେ ପଡ଼ି ଅସୁସ୍ଥ ହେଉଛନ୍ତି ବୋଲି ସାମାଜିକ କର୍ମୀମାନେ ମତବ୍ୟକ୍ତ କରିଛନ୍ତି । ଅନ୍ୟ ପକ୍ଷରେ ବାମେବାରୀ ଥାନା ଅଧିକାରୀ କହିଛନ୍ତି, ମୃତ୍ୟୁ ପରେ ଖବର ଆସିଥିଲା । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ । ଅନ୍ୟପକ୍ଷରେ ବେଙ୍ଗମାନେ ସାଧାରଣତଃ ବିଷାକ୍ତ ନୁହନ୍ତି । ଏଣୁ କେଉଁ କାରଣରୁ ମୃତ୍ୟୁ ହୋଇଛି ଯାଞ୍ଚ କରାଗଲେ ଜଣାପଡ଼ିବ ବୋଲି ବରିଷ୍ଠ ମେଡିସିନ ବିଶେଷଜ୍ଞ ନିରଞ୍ଜନ ବେହେରା କହିଛନ୍ତି ।

ନିକଟରେ ନୂଆପଡ଼ାରେ ରାତ୍ରି ଭୋଜନ ଖାଇ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । କୋମନା ବ୍ଲକ ସାଲେଭଟା ପ୍ରାଥମିକ ବିଦ୍ୟାଳୟ ଋତୁକାଳୀନ ଆବାସିକ ବିଦ୍ୟାଳୟରେ 21 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ରାତ୍ରି ଭୋଜନ ବେଳେ ୪୪ ଜଣ ଛାତ୍ରଛାତ୍ରୀଙ୍କୁ ଭାତ, ଡାଲି, ଅଣ୍ଡା ଖାଇବାକୁ ଦେଇଥିଲେ ଶିକ୍ଷକ । ଖାଇବାର କିଛି ସମୟ ପରେ ୨୧ ଜଣ ଛାତ୍ରଛାତ୍ରୀଙ୍କ ପେଟ ବ୍ୟଥା ହେବାସହ ବାନ୍ତି ହୋଇଥିଲା । ଏହାପରେ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details