କେନ୍ଦୁଝର:ପ୍ରଥମେ ନିଖୋଜ ପରେ ନାବାଳିକାକୁ ଗଣଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନ ହଳଦିଆଗୁଣା ଗାଁରେ। ସୂଚନାନୁସାରେ ଗତ ୨୦ ତାରିଖ ଦିନ ଗାଁରେ ଝୁମର ନାଚ ଦେଖିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ ନାବାଳିକା । ନାଚ ଚାଲିଥିବାବେଳେ ଝିଅକୁ ପାଇନଥିଲେ ମା’ ।
ଏନେଇ ପରିବାରକୁ ଜଣାଇବା ସହ ବହୁ ଖୋଜାଖୋଜି ପରେ ଝିଅକୁ ନପାଇ ଗତକାଲି(ଶୁକ୍ରବାର) ସଦର ଥାନାରେ ଅଭିଯୋଗ କରିଥିଲେ । ଆଉ ଅଭିଯୋଗ ପାଇବା ପରେ ପୋଲିସ ଗାଁର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲା। ତେବେ ଏହି ଘଟଣାରେ ଆଜି (ଶନିବାର) ନିଖୋଜ ନାବାଳିକାଙ୍କ ମୃତଦେହ ଗାଁର ଏକ ପଡିଆରୁ ପାଇବା ସହ ପୋଲିସକୁ ଖବର ଦେଇଥିଲେ।