ଓଡିଶା

odisha

By

Published : Jan 4, 2020, 12:22 PM IST

ETV Bharat / state

ନାବାଳିକାକୁ ଗଣଦୁଷ୍କର୍ମ: ଦୁର୍ଘଟଣା ପରେ ପଦାକୁ ଆସିଲା ସତ୍ୟତା

କେନ୍ଦୁଝର ଝୁମ୍ପୁରା ଥାନା ଅନ୍ତର୍ଗତ ଫକୀରପୁର ଗାଁରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଛି । ବଜାରକୁ ଲେମ୍ବୁ ବିକ୍ରି କରିବାକୁ ଗଲାବେଳେ 2 ଯୁବକ ଲେମ୍ବୁ କିଣିବା ବାହାନାରେ ନାବାଳିକା ସହ ରଖିଥିଲେ ସମ୍ପର୍କ । ଶନିବାର ବାଇକ ଦୁର୍ଘଟଣା ପରେ ପଦାକୁ ଆସିଲା ସମ୍ପୂର୍ଣ୍ଣ ଘଟଣା । ଅଧିକ ପଢନ୍ତୁ...

Minor gang rape in keonjhar
ନାବାଳିକାକୁ ଗଣଦୁଷ୍କର୍ମ; ଦୁର୍ଘଟଣା ପରେ ପଦାକୁ ଆସିଲା ସତ୍ୟତା

କେନ୍ଦୁଝର: ଜିଲ୍ଲାରେ ଲଜ୍ଜା । 6ଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଛି । ଘଟଣାଟି ଘଟିଛି କେନ୍ଦୁଝର ଝୁମ୍ପୁରା ଥାନା ଅନ୍ତର୍ଗତ ଫକୀରପୁର ଗାଁରେ ।

ସୂଚନାନୁସାରେ, ଫକୀରପୁର ଗାଁର ଜଣେ ନାବାଳିକା 6ଷ୍ଠ ଶ୍ରେଣୀରେ ପାଠ ପଢୁଥିବାବେଳେ ପରିବାର ପ୍ରତିପୋଷଣ ପାଇଁ ପ୍ରତିଦିନ ବଜାରକୁ ଲେମ୍ବୁ ବିକ୍ରି କରିବାକୁ ଯାଇଥାଏ । ନାବାଳିକାର ମା ହାଟରେ ଚୁଡି ବିକୁ ଥିବାବେଳେ 2 ଝିଅ ଲେମ୍ବୁ ବିକନ୍ତି । ହେଲେ ନିକଟସ୍ଥ ଅଞ୍ଚଳର 2 ଯୁବକ ଲେମ୍ବୁ କିଣିବା ବାହାନାରେ ଝିଅ ସହିତ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ ।

ନାବାଳିକାକୁ ଗଣଦୁଷ୍କର୍ମ; ଦୁର୍ଘଟଣା ପରେ ପଦାକୁ ଆସିଲା ସତ୍ୟତା

ଗତ ଏକ ମାସ ତଳୁ ହାଟରୁ 2ଟି ପାଳିରେ ୨ଟି ସ୍ଥାନକୁ ଉଠାଇ ନେଇ ସେଠାରେ ଗଣଦୁଷ୍କର୍ମ କରିବା ସହ ଏକଥା କହିଲେ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ସମ୍ପୃକ୍ତ ନାବାଳିକା ଚୁପ ଥିବାବେଳେ ଶନିବାର ତାକୁ ବାଇକ୍‌ରେ ନେଇ ଯାଉଥିବାବେଳେ ବାଇକଟି ଗଛରେ ପିଟି ହୋଇଥିଲା । ଏହା ପରେ ଘଟଣାଟି ପଦାକୁ ଆସିଥିଲା ।

ସେପଟେ ଖବର ପାଇ 'ସଖୀ' ଅନୁଷ୍ଠାନ ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହା ପରେ ପୋଲିସ ଓ ଚାଇଲ୍ଡ ଲାଇନକୁ ଖବର ଦେଇଛନ୍ତି । ଦୁର୍ଘଟଣାରେ ନାବାଳିକାର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ମେଡିକାଲକୁ ପଠେଇ ଦିଆଯାଇଛି । ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details