କେନ୍ଦୁଝର: ଜିଲ୍ଲା ସଦର ଥାନା ରାଇସୁଆଁ ପଞ୍ଚାୟତ ଟାଙ୍ଗରତଳି ଅଞ୍ଚଳ ରେଳ ଲାଇନ ନିକଟରେ ଅଘଟଣ । ଶୌଚ ହୋଇ ଫେରୁଥିବା ବେଳେ ଟ୍ରେନ ତଳେ ଚାପି ହୋଇ ଚାଲିଗଲା ୧୫ ବର୍ଷ ବାଳକର ଜୀବନ । କାନରେ ଇୟରଫୋନ ଦେଇଥିବାରୁ ଟ୍ରେନ ହର୍ଣ୍ଣ ଶୁଣିନପାରି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ସ୍ଥାନୀୟ ସୂଚନାରୁ ପ୍ରକାଶ ଯେ, କେନ୍ଦୁଝର ଗଡ଼ ଷ୍ଟେସନରୁ ବିଶାଖାପାଟଣା-ଟାଟା ନଗର ସାପ୍ତାହିକ ଟ୍ରେନଟି ଟାଟା ନଗର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଦିନ ପ୍ରାୟ ୧୦ଟା ବେଳେ ଟାଙ୍ଗରତଳି ଅଞ୍ଚଳ ଦେଇ ଟ୍ରେନଟି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବାଳକ ଜଣଙ୍କ ଗରିବ ଶ୍ରେଣୀର ହୋଇଥିବା ବେଳେ ତାର ନାମ ଅରୁଣ କୁମାର ବରଡି଼ଆ ବୋଲି ଜଣାପଡିଛି । ଶୌଚ ହୋଇ ଫେରୁଥିବା ବେଳେ ରେଳ ଲାଇନ ପାର ହେବା ସମୟରେ କାନରେ ଇୟର ଫୋନ ଲଗାଇଥିଲେ ।