କେନ୍ଦୁଝର: ଟ୍ରାଫିକ ନିୟମ କଡାକଡି କରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ । ସାଧାରଣ ନାଗରିକ ହେଉ ବା ବଡ ବାବୁ କେହି ନିୟମକୁ ଉଲଙ୍ଘନ କରିପାରିବେ ନାହିଁ । ଯିଏ ନିୟମକୁ ଅବମାନନା କରିବ ଗଣିବ ତଣ୍ଡ । କିନ୍ତୁ ଏହି ନିୟମ ଯେପରି ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ପାଇଁ ପାଳନ ହେଉନାହିଁ । ଖୋଦ ଗୃହ ରାଜ୍ୟ ମନ୍ତ୍ରୀ ଏହି ନିୟମ ବାହାରେ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି ।
କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦିନିକିଆ ଗସ୍ତରେ ଆସି ପହଞ୍ଚିଥିଲେ କେନ୍ଦୁଝରରେ । ପ୍ରଥମେ ଏକ ଦଳୀୟ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାପାଳଙ୍କ ଦରବାର ହଲରେ ବିଜୁଳି ବିଭାଗର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । କିନ୍ତୁ ଏହି ବୈଠକକୁ ଆସିବା ବେଳେ ସିଟ ବେଲ୍ଟ ବାନ୍ଧିବାକୁ ଭୁଲି ଯାଇଥିଲେ କ୍ୟାପଟେନ ଦିବ୍ୟଶଙ୍କର । ତାଙ୍କ ସହ ଥିଲେ ପୂର୍ବତନ ମନ୍ତ୍ରୀ ବଦ୍ରୀ ପାତ୍ର ।