ଓଡିଶା

odisha

ETV Bharat / state

ନଦୀରେ ଭାସୁଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଚାରାଗଛ - saplings

କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ରେବଣାପଳାଶପାଳ ବନବିଭାଗ ନିକଟସ୍ଥ କୁଶେଇ ନଦୀରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛର ଚାରା ଭାସୁଥିବା ଦେଖିବାକୁ ମିଳିଛି ।

ନଦୀରେ ଭାସୁଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ ଚାରା
ନଦୀରେ ଭାସୁଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ ଚାରା

By

Published : Aug 25, 2020, 10:23 PM IST

କେନ୍ଦୁଝର: ନଦୀରେ ଭାସୁଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛର ଚାରା । ସରକାର ଜଙ୍ଗଲ ସୃଷ୍ଟି ଓ ତାର ରକ୍ଷଣାବେକ୍ଷଣ ନିମନ୍ତେ ବାର୍ଷିକ କୋଟି କୋଟି ଟଙ୍କାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରିଛନ୍ତି । ମାତ୍ର ଜଙ୍ଗଲ ବିଭାଗର ଅବହେଳା ଯୋଗୁଁ ଉକ୍ତ ଯୋଜନା ଗୁଡିକ ଠିକ୍ ଭାବେ ରୂପାୟନ ହୋଇପାରୁ ନାହିଁ । ସଠିକ୍ ତଦାରଖ୍ ହୋଇ ପାରୁ ନଥିବାକୁ ନେଇ ଯୋଜନା ଗୁଡିକର ଅର୍ଥ ପାଣିରେ ପଡୁଥିବା ଦେଖିବାକୁ ମିଳିଛି ।

ନଦୀରେ ଭାସୁଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ ଚାରା

ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ରେବଣାପଳାଶପାଳ ବନବିଭାଗ ନିକଟସ୍ଥ କୁଶେଇ ନଦୀରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛର ଚାରା ଭାସୁଥିବା ଦେଖିବାକୁ ମିଳିଛି । ପକାଯାଇଥିବା ଚାରା ଗୁଡିକରୁ ଅଧିକାଂଶ ପାଣିର ସ୍ରୋତରେ ଭାସି ଯାଇଥିବା ବେଳେ ଅନେକ ଚାରା ନଦୀର କୂଳରେ ଭାସୁଥିବା ଦେଖିବାକୁ ମିଳିଛି ‌। ଖବର ଅନୁଯାୟୀ ରୋପଣ ନିମନ୍ତେ ଅନେକ ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ମୂଲ୍ୟବାନ ଗଛର ଚାରା ଗୁଡିକୁ ଆଜକୁ ୩ ଦିନ ପୂର୍ବେ କୁଶେଇ ସେତୁ ନିକଟସ୍ଥ ନଦୀରେ ପକାଯାଇଛି ।

ମୂଲ୍ୟବାନ ଗଛ ତଥା, ପିଆଶାଳ, ଶାଗୁଆନ, ଚାଖୁଣ୍ଡା, ଶିଶୁ, ଅଁଳା, ଲିମ୍ବ, ବରଡା, କାଜୁ ଭଳି ବିଭିନ୍ନ ପ୍ରକାରର ଲକ୍ଷାଧିକ ଟଙ୍କାର ହଜାର ହଜାର ଚାରା ନଷ୍ଟ କରିବା ନିମନ୍ତେ ସେଠାରେ ପକାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଲୋକମାନେ ନିଜ ବଗିଚାରେ ଚାରା ରୋପଣ ପାଇଁ ବନବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଦୋୖଡୁଥିବା ବେଳେ ସେମାନଙ୍କୁ ଆଧାର କାର୍ଡ ସହ ବିଭିନ୍ନ ଆଳ ଦେଖାଉଥିବା ପୂର୍ବରୁ ଅଭିଯୋଗ ରହିଛି ।

ଲୋକମାନଙ୍କୁ ଚାରା ଦେବା ପାଇଁ ବିଭାଗ ଏତେ ନିୟମ ପାଳନ କରୁଥିବା ବେଳେ ରାଜସ୍ବ ପାଣ୍ଠିରୁ ଲକ୍ଷାଧିକ ଟଙ୍କାର ଚାରା କେଉଁ କାରଣରୁ ରୋପଣ ବଦଳରେ ନଦୀରେ ଭାସୁଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ତଦନ୍ତକରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details