କେନ୍ଦୁଝର: ସୁଦୂର ହାଇଦ୍ରାବାଦରୁ 2000 କିଲୋମିଟର ଚାଲି ତେଲକୋଇରେ ପହଁଞ୍ଚିଲେ ପ୍ରବାସୀ ଶ୍ରମିକ । ତେଲକୋଇ ବ୍ଲକ ସରେଇ ଗାଁ ରୁ ସୁଦୁର ହାଇଦ୍ରାବାଦକୁ ପେଟ ପୋଷିବା ପାଇଁ ଯାଇଥିଲେ ଅରୁଣ ପ୍ରଧାନ । ସେଠାରେ ସେ କୋଠାବାଡି କାମରେ ହେଲଫର ଭାବେ କାର୍ଯ୍ୟ କରୁଥିଲେ । ଦୈନିକ 300 ଟଙ୍କାରେ ତିନିମାସ କାମ କରିଥିବା ବେଳେ ସରକାର ମାର୍ଚ୍ଚ 24ରୁ ଲକଡାଉନ ଘୋଷଣା କରିଥିଲେ । ଫଳରେ ସମସ୍ତ କାମ ବନ୍ଦ ହୋଇଯାଇଥିଲା ।
ହାଇଦ୍ରାବାଦରୁ ୨୦୦୦କିମି ପଦଯାତ୍ରା, ତେଲକୋଇରେ ପହଁଚିଲେ ପ୍ରବାସୀ ଶ୍ରମିକ - migrant labor reach telkoi
ସୁଦୂର ହାଇଦ୍ରାବାଦରୁ 2000 କିଲୋମିଟର ଚାଲି ତେଲକୋଇରେ ପହଁଞ୍ଚିଲେ ପ୍ରବାସୀ ଶ୍ରମିକ । ଅଧିକ ପଢନ୍ତୁ...
ହାଇଦ୍ରାବାଦରୁ ୨୦୦୦କିମି ପଦଯାତ୍ରା, ତେଲକୋଇରେ ପହଁଚିଲେ ପ୍ରବାସୀ ଶ୍ରମିକ
ହାଇଦ୍ରାବାଦରୁ ୨୦୦୦କିମି ପଦଯାତ୍ରା, ତେଲକୋଇରେ ପହଁଚିଲେ ପ୍ରବାସୀ ଶ୍ରମିକ
ପାଖରେ ଯାହା ପଇସା ଥିଲା ଲକଡାଉନ ଭିତରେ ଖାଇବା ପିଇବାରେ ସରିଗଲା । ଅଳ୍ପ କିଛି ଟଙ୍କା ଧରି ଚାଲି ଚାଲି ଘରକୁ ବାହାରିଥିଲେ ଅରୁଣ। ଦୀର୍ଘ 11 ଦିନର ପଦଯାତ୍ରାରେ 2000 କିଲୋମିଟର ଅତିକ୍ରମ ପରେ ଭୁବନେଶ୍ବରରେ ପହଞ୍ଚିଥିଲେ। ସେଠାରୁ ଏକ ଟ୍ରକ ଯୋଗେ ପାଲ୍ଲଲହଡାର ଖମାର ଠାରେ ପହଞ୍ଚି ଆଉ ଚାଲି ନପାରିବାରୁ ଘରକୁ ଫୋନ କରିଥିଲେ । ପରେ ଘରଲୋକ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବାପରେ ସରପଞ୍ଚ ଖମାରୁ ଏକ ଡାଲା ଟେମ୍ପୋରେ ତେଲକୋଇ ମେଡିକାଲକୁ ସ୍ବାସ୍ଥ୍ୟ ପରିକ୍ଷା ପାଇଁ ପଠାଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ