କେନ୍ଦୁଝର: ଏସଏଚଜିରୁ ନୂତନ ମେଟ ଚୟନକୁ ବିରୋଧ କଲା ଗାଁ ସାଥି ସଂଘ । ଜିଲ୍ଲାର ଶତାଧିକ ଗାଁ ସାଥି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ଏହି ନୂତନ ମେଟ ନିଯୁକ୍ତି ବନ୍ଦ କରିବାକୁ ଦାବି କରିଛି ଗାଁ ସାଥି ସଂଘ ।
ଏସଏଚଜିରୁ ନୂତନ ମେଟ ଚୟନକୁ ବିରୋଧ କଲା ଗାଁ ସାଥି ସଂଘ - କେନ୍ଦୁଝର ଗାଁ ସାଥି ସଂଘ
ରାଜ୍ୟ ସରକାର ନୂତନ ଭାବେ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ଦୁଇ ଜଣକୁ ପ୍ରତି ଗ୍ରାମରେ ନୂତନ ମେଟ ନିଯୁକ୍ତି ପାଇଁ ପତ୍ର ପ୍ରଦାନ କରିଛନ୍ତି । ଏହାକୁ କେନ୍ଦୁଝର ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଅଧିକ ପଢନ୍ତୁ...
ଏସଏଚଜିରୁ ନୂତନ ମେଟ ଚୟନକୁ ବିରୋଧ କଲା ଗାଁ ସାଥି ସଂଘ
ଏସଏଚଜିରୁ ନୂତନ ମେଟ ଚୟନକୁ ବିରୋଧ କଲା ଗାଁ ସାଥି ସଂଘ
ରାଜ୍ୟ ସରକାର ନୂତନ ଭାବେ ଗ୍ରାମରେ ପଲ୍ଲୀ ସଭା କରି ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ଦୁଇ ଜଣକୁ ପ୍ରତି ଗ୍ରାମରେ ନୂତନ ମେଟ ନିଯୁକ୍ତି ପାଇଁ ପତ୍ର ପ୍ରଦାନ କରିଛନ୍ତି । ଏହା ଦ୍ବାରା ପ୍ରତି ଗ୍ରାମରେ ଆଉ ଦୁଇ ଜଣ ମେଟ ନିଯୁକ୍ତି ହେଲେ ପୂର୍ବରୁ କାର୍ଯ୍ୟରତ ଦୁଇ ଜଣ ମେଟ କାର୍ଯ୍ୟ ସଂପାଦନରେ ବ୍ୟାଘାତ ହେବ ବୋଲି ଆଶଙ୍କା କରିଛି ଗାଁ ସାଥି ସଙ୍ଘ । ଏନେଇ ସଙ୍ଘ ପକ୍ଷରୁ ମଧ୍ୟ ଉଚ୍ଚ ନ୍ୟାୟାଳୟରେ କେଶ ଦାୟାର କରାଯାଇଛି । ତୁରନ୍ତ ଏହି ନିଯୁକ୍ତି ପ୍ରକ୍ରିୟା ବନ୍ଦ ନକଲେ ଆତ୍ମାହୁତି ଦେବାକୁ ସଂଘ ଚେତାବନୀ ଦେଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ