କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡାଠାରେ ଏକ ମେଗା ସିଲ୍କପାର୍କର ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ଏହି ସିଳ୍କ ପାର୍କକୁ ଉଦଘାଟନ କରିଥିବା ବେଳେ ଆଗାମୀ ଦିନରେ ଏହା ସିଳ୍କ ସେଣ୍ଟର ହେବ ବୋଲି ସେ ପ୍ରକାଶ କରିଛନ୍ତି ।
ତେବେ ଏହି ଅବସରରେ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସମେତ ସମ୍ମାନିତ ଅତିଥି ଭାବେ ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ଜିଲ୍ଲାପାଳ ଆଶିଷ ଠାକରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ ।