ଓଡିଶା

odisha

ETV Bharat / state

ମାଟ୍ରିକ ପରୀକ୍ଷା ପ୍ରସ୍ତୁତି, କେନ୍ଦୁଝରରେ ୨୪ ଘଣ୍ଟିଆ ପ୍ରହରୀରେ ପ୍ରଶ୍ନପତ୍ର - matric exam preparation

ଆଉ ଦୁଇ ଦିନ ପରେ ମାଟ୍ରିକ ପରୀକ୍ଷା। ଏନେଇ କଡା ସୁରକ୍ଷା ମଧ୍ୟରେ ଲକର ଭିତରେ ପ୍ରଶ୍ନପତ୍ର ରହିଛି। କପି ରୋକିବା ପାଇଁ ବିଭିନ୍ନ ପ୍ରକାର ସ୍କ୍ବାଡ଼ ମଧ୍ୟ କରାଯାଇଛି। ଅଧିକ ଖବର ପଢନ୍ତୁ...

matric exam
ମାଟ୍ରିକ ପରୀକ୍ଷା ପାଇଁ କେନ୍ଦୁଝରରେ ପ୍ରସ୍ତୁତି, ୨୪ ଘଣ୍ଟିଆ ପ୍ରହରୀରେ ପ୍ରଶ୍ନପତ୍ର

By

Published : Feb 16, 2020, 4:58 PM IST

କେନ୍ଦୁଝର: ଫେବୃୟାରୀ 19ରୁ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଏନେଇ କେନ୍ଦୁଝର ଜିଲ୍ଲାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କଡା ସୁରକ୍ଷା ମଧ୍ୟରେ ଲକର ଭିତରେ ପ୍ରଶ୍ନପତ୍ର ରହିଥିବା ବେଳେ ଅନେକ ସେନସିଟିଭି ବୁଥରେ ସିସିଟିଭି ମଧ୍ୟ ଲଗାଯାଇଛି।

ମାଟ୍ରିକ ପରୀକ୍ଷା ପାଇଁ କେନ୍ଦୁଝରରେ ପ୍ରସ୍ତୁତି, ୨୪ ଘଣ୍ଟିଆ ପ୍ରହରୀରେ ପ୍ରଶ୍ନପତ୍ର

ଏଥିପାଇଁ ମୋଟ ୧୩୦ ଟି ସେଣ୍ଟର କରାଯାଇ ଥିବାବେଳେ ମୋଟ ୨୪୪୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ୧୧ ନୋଡାଲ ସେଣ୍ଟର କରାଯିବା ସହ ପ୍ରଶ୍ନପତ୍ରକୁ ୨୪ ଘଣ୍ଟିଆ ପ୍ରହରୀ ସୁରକ୍ଷିତ ଭାବରେ ରଖାଯାଇଛି ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାରେ ଅନ୍ୟବର୍ଷ ପରି ଲୁହାପଥର ପରିବହନକାରୀ ଟ୍ରକକୁ ମଧ୍ୟ ନିୟନ୍ତ୍ରଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । କପି ରୋକିବା ପାଇଁ ବିଭିନ୍ନ ପ୍ରକାର ସ୍କ୍ବାଡ଼ ମଧ୍ୟ କରାଯାଇଛି। ଆଉ ଯେଉଁ ସେଣ୍ଟର ସମ୍ମୁଖରେ ଲୋକମାନେ ଭିଡ଼ କରି ଅସଦ ଉପାୟରେ କପି ଦେବାକୁ ଚେଷ୍ଟା କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details