ଓଡିଶା

odisha

ETV Bharat / state

ମାଣ୍ଡିଆ ଚାଷ ପାଇଁ ଗଡ଼ିଲା ସଚେତନତା ରଥ - ମାଣ୍ଡିଆ ଚାଷ

ଚାଷୀଙ୍କୁ ମାଣ୍ଡିଆ ଚାଷରେ ପ୍ରୋତ୍ସାହନ ପାଇଁ କେନ୍ଦୁଝର ଜିଲ୍ଲାରେ ଗଡିଲା ସଚେତନ ରଥ ।

mandia farming
ମାଣ୍ଡିଆ ଚାଷ ପାଇଁ ଗଡ଼ିଲା ସଚେତନତା ରଥ

By

Published : Jun 24, 2020, 7:20 PM IST

କେନ୍ଦୁଝର: ମାଣ୍ଡିଆ ଚାଷ ପାଇଁ ଗଡ଼ିଲା ସଚେତନତା ରଥ । ଚାଷୀଙ୍କୁ ମାଣ୍ଡିଆ ଚାଷରେ ପ୍ରୋତ୍ସାହନ ପାଇଁ କେନ୍ଦୁଝର ଜିଲ୍ଲାରେ ଗଡିଲା ସଚେତନ ରଥ ।

ମାଣ୍ଡିଆ ଚାଷ ପାଇଁ ଗଡ଼ିଲା ସଚେତନତା ରଥ

ଲକଡାଉନ ପରେ ସରକାର ସାଧାରଣ ଚାଷୀଙ୍କ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି । କେବଳ ଧାନ ଚାଷ ନକରି ପୃଷ୍ଟି ଶସ୍ୟ ଅମଳ କରିବାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । କେନ୍ଦୁଝର ଜିଲ୍ଲାରେ ଏହି ପୃଷ୍ଟିଶସ୍ୟ ମଧ୍ୟରୁ ମାଣ୍ଡିଆକୁ ଏବେ ଚାଷୀମାନେ ଚାଷ କରିବା ଆରମ୍ଭ କରିଛନ୍ତି ।

ଏହାକୁ ଅଧିକ ମାତ୍ରାରେ ଗାଁ ଗାଁରେ ଚାଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଖଣିଜ ପାଣ୍ଠି ସହାୟତାରେ ଓଡିଶା ପୃଷ୍ଟିଶସ୍ୟ ମିଶନ ସଚେତନତା ରଥ ଆରମ୍ଭ କରିଛନ୍ତି । ଏହି ସଚେତନତା ରଥ ମୁଖ୍ୟତଃ ଖଣି ପ୍ରଭାବିତ ସାତଟି ବ୍ଲକରେ ଗାଁରେ ବସି ରହିଥିବା ବେକାରୀ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ।

ପ୍ରତି ବ୍ଲକ ପାଇଁ ଗୋଟିଏ କରି ସାତଟି ରଥକୁ ଜିଲ୍ଲା କୃଷି ଅଧିକାରୀ ଶୁଭାରମ୍ଭ କରିଛନ୍ତି । ମାଣ୍ଡିଆ ଏକ ଲାଭକାରୀ ଫସଲ ହୋଇଥିବା ବେଳେ ଏହାକୁ ଅଧିକ ମାତ୍ରାରେ ଚାଷ କରିବାକୁ ଏହି ରଥ ସହାୟକ ହେବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details