ଓଡିଶା

odisha

ETV Bharat / state

ହାତୀ ଭୟରେ ଗଛରେ ପିଟି ହୋଇ ବାଇକ ଚାଳକ ମୃତ

ବଣୁଆ ହାତୀମାନଙ୍କ ସହ ସାମ୍ନାସାମ୍ନି ହେଲେ ବାଇକ ଆରୋହୀ । ଭୟରେ ବାଇକ ଛାଡି ଦୌଡିବା ସମୟରେ ଗଛରେ ପିଟି ହୋଇ ମୃତ ନଟବର ଦାସ ।

By

Published : Sep 1, 2019, 10:14 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା

କେନ୍ଦୁଝର : ହାତୀ ଭୟ ଯୋଗୁଁ ଗଛରେ ବାଇକ ପିଟି ଚାଳକ ମୃତ । ଗତକାଲି ବିଳମ୍ବିତ ରାତ୍ରିରେ ବଣୁଆ ହାତୀମାନଙ୍କ ସହ ସାମ୍ନାସାମ୍ନି ହେବା ଫଳରେ ଭୟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ମୋଟର ସାଇକେଲ ଚାଳକ । ଘଟଣାସ୍ଥଳରେ ମୋଟର ସାଇକେଲ ଚାଳକ ପ୍ରାଣ ହରାଇଛନ୍ତି ।

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସଦର ରେଞ୍ଜର ପୋଟଳ ଗାଁର ନଟବର ଦାଶ ମୋଟର ସାଇକେଲରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଗାଁ ନିକଟ ଜଙ୍ଗଲରେ ଏକ ବଣୁଆ ହାତୀପୋଲ ସହ ସାମ୍ନାସାମ୍ନି ହୋଇଯାଇଥିଲେ । ଫଳରେ ନଟବର ଭୟରେ ଏକ ଗଛରେ ପିଟି ହୋଇଯାଇଥିଲେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କିଛି ସମୟ ପରେ ଗାଁ ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ଗାଁରେ ନଟବର ମୃତ୍ୟୁକୁ ନେଇ ବେଶ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଓ ଗାଁ ପାଖରେ ବଣୁଆ ହାତୀ ପଲ ଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର , ଇଟିଭି ଭାରତ

ABOUT THE AUTHOR

...view details