ଓଡିଶା

odisha

ETV Bharat / state

ଯକ୍ଷ୍ମା ରୋଗୀଙ୍କୁ 500 ଥର ଚେଙ୍କ, ଶେଷରେ ଆଖିବୁଜିଲେ ଯୁବକ

କେନ୍ଦୁଝରରେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଚେଙ୍କ ଦିଆଯିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଅନ୍ଧ ବିଶ୍ବାସର କୁପରିଣତି, ଚାଲିଗଲା ଯୁବକଙ୍କ ଜୀବନ
ଅନ୍ଧ ବିଶ୍ବାସର କୁପରିଣତି, ଚାଲିଗଲା ଯୁବକଙ୍କ ଜୀବନ

By

Published : Jul 10, 2021, 6:16 PM IST

କେନ୍ଦୁଝର: ଅନ୍ଧ ବିଶ୍ବାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି ଜିଲ୍ଲାବାସୀ । ଚେଙ୍କ ଖାଇ ଶେଷରେ ଜୀବନ ହାରିଛନ୍ତି 34 ବର୍ଷୀୟ ଯୁବକ । ଏଭଳି ଘଟଣା ବାଂଶପାଳ ବ୍ଲକ ତଳକାଇଁସାରୀ ପଞ୍ଚାୟତ ଅନ୍ତର୍ଗତ ଉପର କଇଁସାରୀ ଗ୍ରାମରେ ଦେଖିବାକୁ ମିଳିଛି ।

ଅନ୍ଧ ବିଶ୍ବାସର କୁପରିଣତି, ଚାଲିଗଲା ଯୁବକଙ୍କ ଜୀବନ

ଏହି ଗ୍ରାମରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଦେହୁରୀ ମାତ୍ର ୩୪ ବର୍ଷରେ ପ୍ରାଣ ହରାଇଛନ୍ତି । ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ନପାରି ଶେଷରେ ଚେଙ୍କ ଚିକିତ୍ସା କରାଯାଉଥିଲା । ଗତ କିଛିଦିନ ହେଲା ତାଙ୍କ ଯନ୍ତ୍ରଣା ବଢ଼ି ଚାଲିଥିବା ବେଳେ ଦେହରେ ପ୍ରାୟ ୫ଶହରୁ ଅଧିକ ଚେଙ୍କ ଦିଆଯାଇଥିଲା । ଚେଙ୍କ ଖାଇ ଖାଇ ଦୁର୍ବଳ ହୋଇପଡ଼ିଥିବା ବିକାଶଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ତାଙ୍କ ସ୍ତ୍ରୀ ଦ୍ରୌପଦୀ ଦେହୁରୀ ଏବଂ ଦୁଇ ଛୋଟ ପୁଅ ଏବେ ବେସାହାରା ହୋଇଯାଇଛନ୍ତି । ଉକ୍ତ ଗ୍ରାମଗୁଡିକରେ ଅନ୍ଧ ବିଶ୍ବାସ ପାଇଁ ଏଭଳି ଚେଙ୍କ ଚିକିତ୍ସା ଚାଲିଛି । ଯକ୍ଷ୍ମା ରୋଗର କୌଣସି ଖବର ନଥିବାବେଳେ ଉକ୍ତ ଅଞ୍ଚଳକୁ ଏକ ଡାକ୍ତରୀ ଦଳ ପଠାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ ଦାସ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details